ଲାଞ୍ଜିଗଡ଼: ନୂଆଖାଇର ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍ ଦଶମୀ ତିଥିର ନୂଆଖାଇ ଅବସରରେ ଲାଞ୍ଜିଗଡ଼ଠାରେ ନୂଆଖାଇ ଭେଟଘାଟ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ପ୍ରଧାନୀପଡ଼ାର ଯୁବଗୋଷ୍ଠୀଙ୍କ ଦ୍ବାରା ଆୟୋଜିତ ଏଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଦାନ୍ତ ଲିମିଟେଡ୍ ସିଏସ୍ ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂଦେଓ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେସନିଆ, ବରିଷ୍ଠ ନାଗରିକ ଅଶୋକ ପଟ୍ଟନାୟକ, ଶ୍ରୀମୁଖ ଅଗସ୍ତି, ମଧୁ ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଚାରକ ଭାବେ ଭଗବାନ ହୋତା ଓ ପ୍ରଦୋଷ ପ୍ରକାଶ ପୁଷ୍ଟି ଯୋଗ ଦେଇଥିଲେ।
Popular Categories



