www.samajalive.in
Monday, December 15, 2025
16.1 C
Bhubaneswar

ପିଡିଏସ୍ ଚାଉଳ ଚୋରା ଚାଲାଣ ବେଳେ ଅଟୋ ସହିତ ଧରିଲେ ଗ୍ରାମବାସୀ

ଲାଞ୍ଜିଗଡ଼: ଗରିବ ଓ ଅସହାୟ ହିତାଧିକାରୀଙ୍କୁ ସର୍ବସାଧାରଣ ବଣ୍ଟ ବ୍ୟବସ୍ଥାରେ ବଣ୍ଟନ ପାଇଁ ଚାଉଳ ଆସିଥିଲା। କିନ୍ତୁ ଲୋକଙ୍କୁ ଦେବା ବଦଳରେ ରାତାରାତି ଚୋରା ଚାଲାଣ କରାଯାଉଥିଲା। ଥରେ ନୁହେଁ, ଦୁଇଥର ନୁହେଁ ଏକାଧିକ ଥର ଚୋରା ଚାଲାଣ ହେଉଥିବା ବେଳେ ଶେଷରେ ଏକ ଅଟୋ ଯୋଗେ ଚୋରା ଚାଲାଣ ହେଉଥିବା ବେଳେ ଗାଁ ଲୋକଙ୍କ ହାତରେ ଧରା ପଡିଥିଲା। ପିଡିଏସ୍ ଚାଉଳ ଚୋରାଚାଲାଣ ବେଳେ ଧରା ପଡି ହଟହଟା ହୋଇଛନ୍ତି ବଣ୍ଟନ ଦାୟିତ୍ୱରେ ଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଅନେକ ଯୋଜନା ଲାଗୁ କରିଥିବା ବେଳେ ଏବେ ମିଶନଶକ୍ତି ଜରିଆରେ ମହିଳାଙ୍କୁ ସିଧାସଳଖ ଭାବେ ଅନେକ ଯୋଜନାରେ ସଂପୃକ୍ତ କରାଉଛନ୍ତି।

ଅଭିଯୋଗ ଅନୁଯାୟୀ, ଦୀର୍ଘ ୧୮ ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ଗ୍ରାମପଞ୍ଚାୟତ ବେନଗାଁର ମାଁ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀ ପିଡିଏସ୍ ଚାଉଳ ବଣ୍ଟନ ଦାୟିତ୍ୱ ତୁଲାଇ ଆସୁଛି। ତେବେ ଦୀର୍ଘ ଦିନ ଧରି ସର୍ବସାଧାରଣ ବଣ୍ଟନ ଦାୟିତ୍ୱରେ ରହିବା ଓ ଦୁର୍ଗମ ଅଞ୍ଚଳ ହେତୁ କୌଣସି ଯାଞ୍ଚ ଆଦି କରାନଯିବା ଫଳରେ ସଂପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମନମାନି ବଢିଚାଲିଥିଲା। ଏପରିକି ଗରିବ ହିତାଧିକାରୀମାନଙ୍କ ପାଇଁ ଆସୁଥିବା ଚାଉଳ ଓ କିରୋସନି ଆଦି ଖୋଲା ବଜାରରେ ବିକି ଦିଆଯାଉଥିବାବେଳେ ଚୋରାଚାଲାଣ ମାତ୍ରା ବି ବଢି ଚାଲିଥିଲା। ଯାହାକୁ ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡିଥିବାବେଳେ ଗତକାଲି ରାତିରେ ଏକ ଅଟୋ ଯୋଗେ ଚୋରାଚାଲାଣ ହେଉଥିବା ବେଳେ ୨୪ ବସ୍ତା ଚାଉଳକୁ ଜବତ କରିବା ସହିତ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ରଖି ତାଲା ଦେଇଥିଲେ। ତେବେ ଏହି ଘଟଣାରେ ଅଟୋ ଚାଳକ ଫେରାର ହୋଇଥିବା ବେଳେ ଗ୍ରାମବାସୀମାନେ ଚାଉଳ ଚୋରାଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଡି ବସିଥିଲେ। ଏ ସଂପର୍କରେ ଖବର ପାଇ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଧୁମାରାମ ମୁର୍ମୁ, ବ୍ଲକ ଯୋଗାଣ ଅଧିକାରୀ ହରିହର ସାହୁ ପ୍ରମୁଖ ବେନଗାଁରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରଶାସନ ତରଫରୁ ଲାଞ୍ଜିଗଡ ଏବିଡିଓ ବିଭୁତିଭୂଷଣ ଶତପଥି ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ତଦନ୍ତ ସମୟରେ ଚାଉଳ ଚୋରାଚାଲାଣରେ ସତ୍ୟତା ଥିବା ଓ ଏଥିରେ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଗୋଲାପୀ ବେହେରା ସିଧାସଳଖ ସଂପୃକ୍ତ ଥିବା ଲୋକେ ଅଭିଯୋଗ କରିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀର ବଣ୍ଟନ ଲାଇସେନ୍ସ ତୁରନ୍ତ ବାତିଲ କରିବା ଏବଂ ପିଡିଏସ୍ ବ୍ୟବସ୍ଥା ପଞ୍ଚାୟତକୁ ହସ୍ତାନ୍ତର ଦାବି କରିଥିଲେ। ଏହାସହିତ ପିଡିଏସ୍ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories