ଲକ୍ଷାଧିକ ମୂଲ୍ୟର ୭ଟି ଚନ୍ଦନ ଗଛ କାଟି ଚୋରି କଲେ ମାଫିଆ

ଲାଞ୍ଜିଗଡ:କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଳକ ବିଜେପୁର ପଞ୍ଚାୟତର କେନ୍ଦୁଗୁଡା ଗାଁରେ ଗତ ରାତିରେ କାଠ ମାଫିଆ ମାନେ ଲକ୍ଷାଧିକ ମୂଲ୍ୟର ୭ଟି ଚନ୍ଦନ ଗଛ କାଟି ଚୋରି କରି ନେଇଛନ୍ତି। ଆଜି ସକାଳେ ପ୍ରଥମେ ଗ୍ରାମବାସୀ ଚନ୍ଦନ କାଠ ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ।

prayash

ସୂଚନା ଅନୁସାରେ କେନ୍ଦୁଗୁଡା ଗାଁର ମୁରଲୀ ଧର ସାହୁ ଗତ କିଛି ବର୍ଷ ତଳେ କୋରାପୁଟ ଜିଲ୍ଲା ଜୟପୁର ଠାରୁ ଚନ୍ଦନ ଗଛ ଚାରା ଆଣି ନିଜ ଘର ସାମ୍ନାରେ, ଘର ବାରିପଟେ ଓ ଘର ନିକଟରେ ଥିବା ଚାଷ ଜମି ହିଡରେ ଲଗାଇ ବର୍ଷ ବର୍ଷ ଧରି ଅକାଳ ପରିଶ୍ରମ କରି ୮ଟି ଚନ୍ଦନ ଗଛକୁ ବହୁ ଯତ୍ନରେ ରଖିଥିଲେ। ସେହି ଗଛ ଗୁଡିକ ବର୍ତ୍ତମାନ ୨ରୁ ୩ ଫୁଟ ହୋଇଥିଲା। କିନ୍ତୁ ଗତ ମଧ୍ୟ ରାତିରେ ମୁରଲୀ ଓ ତାଙ୍କ ପରିବାର ଶୋଇ ଥିବା ସମୟରେ ଚନ୍ଦନ କାଠ ମାଫିଆ ମାନେ ଆସି ଘର ନିକଟରେ ଥିବା ଗୋଟିଏ ଗଛ ଛାଡି ଦେଇ କରତ ସାହାଯ୍ୟରେ ୭ ଗୋଟି ଚନ୍ଦନ ଗଛ କାଟି ନେଇ ଯାଇଛନ୍ତି।

ଯାହାର ମୂଲ୍ୟ ୭ ଲକ୍ଷରୁ ଅଧିକ ହେବ ବୋଲି ମୁରଲୀ ପ୍ରକାଶ କରିଛନ୍ତି। ଏହି ଗଛକୁ କିଣିବା ପାଇଁ ଗତ ୨ବର୍ଷ ତଳେ ରାୟଗଡା ଜିଲ୍ଲା ରାବ କଣା ଗ୍ରାମର ଜଣେ ଆସିଥିବା ବେଳେ କିଛିଦିନ ତଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ସାଇସିରିଣୀ ଗୁଣୁପୁର ଗାଁ ଜଣେ ଆସି ଚନ୍ଦନ ଗଛ ଦିଅ ବୋଲି ମୁରଲୀ ପାଖରେ ନେହୁରା ହୋଇଥିଲା।କିନ୍ତୁ ମୁରଲୀ ଗଛ ବିକିବା ପାଇଁ ରୋକଠୋକ ମନା କରିଦେଇଥିଲେ। ତେଣୁ ଗାଁ ଆଖପାଖ ଲୋକଙ୍କୁ ଧରି ସେମାନେ ଗଛ କାଟିନେଇଥିବା ସନ୍ଧେହ କରି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।

kalyan agarbati

Comments are closed.