ମନରେଗା ଯୋଜନାରେ ମହାଦୁର୍ନୀତି; ଶ୍ରମିକ ବଦଳରେ ମେସିନ କରୁଛି କାମ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକରେ ବାଟବଣା ହୋଇଛି ମନରେଗା ଯୋଜନା । ଶ୍ରମିକଙ୍କୁ କାମ ଯୋଗାଇ ଦେବା ଲକ୍ଷ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ ହୋଇଛି । କିନ୍ତୁ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ବିଭିନ୍ନ ଯୋଜନା ମାଧ୍ୟମରେ ଗାଁରୁ ସହର ସବୁଠି ସରକାର ଉନ୍ନତିକରଣ ପାଇଁ ମାଳମାଳ ଯୋଜନା କରୁଛନ୍ତି କିନ୍ତୁ କିଛି ଅସାଧୁ କର୍ମଚାରୀ ବାଟମାରଣା କରି ରାତାରାତି କିଛି ଟଙ୍କାପାଇଁ ମନରେଗା ଯୋଜନାରେ ମେସିନ ଲଗାଇ ପୋଖରୀ ଖନନ କରୁଛନ୍ତି ।

ମଣିଷ ବଦଳରେ ରାତିଅଧିଆରେ ମେସିନ ଲଗେଇ ବେଧଡ଼କ କାମ ଚାଲିଛି । ତେବେ ଏଭଳି ଚିତ୍ର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ବେନଗାଁ ପଞ୍ଚାୟତ ଦମାଘାଟି ଗାଁରେ ଦେଖିବାକୁ ମିଳିଛି । ମନରେଗା ଯୋଜନାରେ ମଣିଷ ବଦଳରେ ମେସିନ କାମ କରୁଥିବାରୁ ଲୋକେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଏହି ଅଞ୍ଚଳର ଲୋକଙ୍କ କେତେ ଯେ ଜୀବନ ଗଲାଣି କହିଲେ ନସରେ । ବ୍ଲକର କିଛି ଅପାରଗ କର୍ମଚାରୀ ଗ୍ରାମରୋଜଗାର ସେବକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଲାଞ୍ଜିଗଡ଼ ବ୍ଲକରେ ଏବେ ଦୁର୍ନୀତି ଶିଖରରେ ପହଞ୍ଚିଥିବା ଅଭିଯୋଗ ହେଉଛି ।

prayash

ଏଥିରେ ଲୋକ ପ୍ରତିନିଧି, ପ୍ରଶାସନ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମନରେଗା ଯୋଜନାର କୋଟିକୋଟି ଟଙ୍କା ହଡ଼ପରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। ସୂଚନା ମୁତାବକ ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ବିରୋଧ କଥା ଆସେ ତେବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକଙ୍କ ମନରେଗା ଯୋଜନା ଦୁର୍ନୀତି କଥା ଉଠିବା ସ୍ୱାଭାବିକ ଅଟେ। ମନରେଗା ଯୋଜନାରେ କୋଟିକୋଟି ଟଙ୍କା ହଡ଼ପ ହେଉଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ତୁରନ୍ତ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଅଞ୍ଚଳବାସୀଙ୍କ ଦାବି ହେଉଥିବା ବେଳେ ମନରେଗା ବ୍ଲକ ଏପିଓ ସଞ୍ଜିତ କୁମାର ପରିଡ଼ାକୁ ପଚାରିବାରୁ ସେ ମୁଁ ଏବିଷୟରେ ଜାଣିନି ଆସନ୍ତାକାଲି ତଦନ୍ତ କରିବି ବୋଲି କହିଛନ୍ତି ।

ତେବେ ଏଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ତଦନ୍ତ ଓ ଭିଜିଲାନ୍ସ ତଦନ୍ତ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

kalyan agarbati

Comments are closed.