www.samajalive.in
Monday, December 8, 2025
13.1 C
Bhubaneswar

ମାଛକୁଣ୍ଡ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ

ଲମତାପୁଟ: କୋରାପୁଟ ଜିଲା ମାଛକୁଣ୍ଡ ଯୁଗ୍ମ ଜଳବିଦ୍ୟୁତ ପ୍ରକଳ୍ପର ବିଭିନ୍ନ ଜଳଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବା ନେଇ ୩ଦିନ ଯାଏଁ ବିଦ୍ୟୁତ ଉତ୍ପାଦନକୁ ବନ୍ଦ କରାଯାଇଥିବା ଜଣାଯାଇଛି । ବିଦ୍ୟୁତ ପ୍ରକଳ୍ପରେ ଉତ୍ପାଦନ ବନ୍ଦ ରହିଥିବାରୁ ଦୈନିକ ୧୮ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ରାଜସ୍ୱ କ୍ଷତି ହେଉଥିବା ଜଣାଯାଇଛି। ପ୍ରକାଶ ଯେ କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଅନକାଡେଲି ଗ୍ରାମ ପଞ୍ଚାୟତରେ ରହିଛି ଓଡ଼ିଶା-ଆନ୍ଧ୍ରପ୍ରଦେଶର ଯୁଗ୍ମ ଜଳବିଦ୍ୟୁତ ପ୍ରକଳ୍ପ। ଏହି ପ୍ରକଳ୍ପ ଆନ୍ଧ୍ର ଜଳବିଦ୍ୟୁତ ନିଗମ ତଥା ଏପିଜେନକୋ ଦ୍ୱାରା ପରିଚାଳିତ ହେଉଛି। ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ବ ଜଳବିଦ୍ୟୁତ ପ୍ରକଳ୍ପ ହୋଇଥିବାରୁ ଏହାର ମରାମତି ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ବିଦ୍ୟୁତ ପ୍ରକଳ୍ପର ଜଲାପୁଟ ମୁଖ୍ୟ ଜଳଭଣ୍ଡାର, ମାଛକୁଣ୍ଡ ଡି.ଡ୍ୟାମ ଓ ଟିପି ଡ୍ୟାମର ସ୍ଥିତି ଅନୁଧ୍ୟାନ କରିବା ପାଇଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଉତ୍ପାଦନକୁ ୩ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ମାଛକୁଣ୍ଡ ଡି.ଡ୍ୟାମ, ଟିପି ଡ୍ୟାମର ସମସ୍ତ ଜଳକୁ ନିଷ୍କାଷିତ କରାଯାଇ ଜଳଭଣ୍ଡାରକୁ ଶୁଖାଯାଇଛି।

ଜଳଭଣ୍ଡାରର ସମସ୍ତ ଜଳ ଶୁଖିଲା ପରେ ଟାଟା କମ୍ପାନୀ ଅଧିକାରୀଙ୍କ ଦ୍ୱାରା ଡ୍ୟାମର ସମସ୍ତ ଫାଟକ ଗୁଡ଼ିକର ଯାଞ୍ଚ କରାଯିବାର ବ୍ୟବସ୍ଥା ରହିଛି। ଗେଟ ଗୁଡିକ କାର୍ଯ୍ୟକାରୀ ହେଉଛି କି ନାହିଁ, ଗେଟ ଗୁଡିକର ମରାମତିର ଆବଶ୍ୟକତା ରହିଛି କି ନାହିଁ ସସେବୁ ଯାଞ୍ଚ କରାଯିବ। ସେହିପରି ମାଛକୁଣ୍ଡ ଡି.ଡ୍ୟାମଠାରୁ ଟିପି ଡ୍ୟାମକୁ ସଂଯୋଗ କରୁଥିବା କେନାଲର ମଧ୍ୟ ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ତ ସୁରକ୍ଷା ପାଚେରି ଗୁଡିକ ମଧ୍ୟ ଯାଞ୍ଚ କରାଯିବ। ମଙ୍ଗଳବାର ମାଛକୁଣ୍ଡ ଡି.ଡ୍ୟାମ ଓ ଟିପି ଡ୍ୟାମର ଜଳକୁ ସମ୍ପୂର୍ଣ୍ଣ ଶୁଖାଯିବା ପରେ ବୁଧବାର ଟାଟା କମ୍ପାନୀ ଅଧିକାରୀ ଡ୍ୟାମ ଗୁଡିକର ସିଭିଲ କାର୍ଯ୍ୟ ଗୁଡିକର ଯାଞ୍ଚ କରିବେ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ୬ଟି ଟରବାଇନ ରହିଛି। ୬ଟି ଟରବାଇନରୁ ଦୈନିକ ୧୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି। ସେଥିମଧ୍ୟରୁ ୨ଟି ଟରବାଇନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମରାମତି କାର୍ଯ୍ୟ ଜାରି ରହିଛି। ଅନ୍ୟ ୪ଟି ଟରବାଇନରେ ଦୈନିକ ୭୨ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ଜଣାଯାଇଛି। ବିଦ୍ୟୁତ ପ୍ରକଳ୍ପ ୩ ଦିନ ବନ୍ଦ ରହିଥିବା ଯୋଗୁଁ ଦୈନିକ ୭୨ମେଗାୱାଟ ବିଦ୍ୟୁତ ଉତ୍ପାଦନରେ ବାଧା ସୃଷ୍ଟି ହେବା ସହ ଦୈନିକ ୧୮ଲକ୍ଷଟଙ୍କାରୁ ଊର୍ଦ୍ଧ୍ବ ରାଜସ୍ୱ କ୍ଷତି ହେଉଥିବା ଜଣାଯାଇଛି। ଅନ୍ୟପଟେ ବିଦ୍ୟୁତ ପ୍ରକଳ୍ପ ବନ୍ଦ ରହିଥିଲେ ମଧ୍ୟ ତାହାର କୌଣସି ପ୍ରତିକୂଳ ପ୍ରଭାବ ସାଧାରଣଙ୍କ ଉପରେ ପଡ଼ିବ ନାହିଁ ବୋଲି ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ (ମେକାନିକାଲ) ବ୍ରଜସୁନ୍ଦର ପାଢ଼ୀ ପ୍ରକାଶ କରିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories