BJD Bijuli 480×75 Mob

‘ପତ୍ନୀ ବିନା ପ୍ରଧାନମନ୍ତ୍ରୀ ହେବା ଅନୁଚିତ’

BJD Bijuli 480×75 Mob

ନୂଆଦିଲ୍ଲୀ : ପତ୍ନୀ ନଥିଲେ କେହି ପ୍ରଧାନମନ୍ତ୍ରୀ ହେବା ଅନୁଚିତ। ପତ୍ନୀଙ୍କ ବିନା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହିବା ମଧ୍ୟ ଭୁଲ ହୋଇଯିବ। ଏଭଳି କହିଛନ୍ତି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ। କଂଗ୍ରେସ ​ନେତା ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଙ୍ଗିତ କରି ଲାଲୁ ଏହା କହିଛନ୍ତି। ଯିଏ ପ୍ରଧାନମନ୍ତ୍ରୀ ହୁଅନ୍ତୁ ନା କାହିଁକି ତାଙ୍କର ପତ୍ନୀ ଥିବା ଦରକାର ବୋଲି ବିରୋଧୀ ସାମ୍ମୁଖ୍ୟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଲାଲୁ ଏଭଳି କହିଛନ୍ତି। ନିକଟରେ ରାହୁଲଙ୍କୁ ସେ ଶୀଘ୍ର ଦାଢ଼ି କାଟି ବିବାହ କରିବାକୁ ପରାମର୍ଶ ଦେଇଥିଲେ। ‘ଆପଣ ବିବାହ କରିନାହାନ୍ତି। ସମୟ ଚାଲିଯାଇନାହିଁ, ଏବେ ବି ରହିଛି। ଶୀଘ୍ର ବିବାହ କରନ୍ତୁ, ଆମେ ବରଯାତ୍ରୀରେ ଯିବୁ’ ବୋଲି ଲାଲୁ କହିବାରେ ‘ଏବେ ଆପଣ କହିଲେଣି ତ ହୋଇଯିବ’ ବୋଲି ରାହୁଲ ଜବାବ ଦେଇଥିଲେ।

Comments are closed.