www.samajalive.in
Friday, December 12, 2025
14.1 C
Bhubaneswar

ପିପିଲି ଆଗ୍ରୋ କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ପିପିଲି: ପୁରୀ ଜିଲା ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଣ୍ଡାବଜାରସ୍ଥିତ ଓଡ଼ିଶା କୃଷି ଶିଳ୍ପ ନିଗମର ଜିଲା ପରିଚାଳକଙ୍କ କାର୍ଯ୍ୟାଳୟର ମହିଳା କର୍ମଚାରୀ ସ୍ନେହପ୍ରଭା ମିଶ୍ର(୩୮)ଙ୍କୁ ବୁଧବାର ଅପରାହ୍ନରେ କାର୍ଯ୍ୟାଳୟ ପରିସରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବୁଧବାର ଅପରାହ୍ନ ପ୍ରାୟ ୨ଟାରେ ଏହି ଘଟଣା ଘଟିଥିଲା। କାର୍ଯ୍ୟାଳୟ ମଧ୍ୟରେ କାର୍ଯ୍ୟରତ ସ୍ନେହପ୍ରଭାଙ୍କ ମୁଣ୍ଡକୁ କାର୍ଯ୍ୟାଳୟର ଅନ୍ୟ ଜଣେ ପୁରୁଷ କର୍ମଚାରୀ ଏକ ହାତୁଡିରେ ପିଟିଦେଇଥିଲେ। ଫଳରେ ସ୍ନେହପ୍ରଭାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ବାହାରକୁ ଯାଇଥିବା ଉକ୍ତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ କାର୍ଯ୍ୟାଳୟକୁ ଫେରିବା ପରେ ସଂକଟାପନ୍ନ ଅବସ୍ଥାରେ ସ୍ନେହପ୍ରଭାଙ୍କୁ ଦେଖିବାକୁ ପାଇଥିଲେ। ଖବର ପାଇ ତାଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ରାତି ସାଢେ ୮ଟା ସମୟରେ ତାଙ୍କ ଚେତା ଫେରିଥିବା ଓ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି।

- Advertisement -

ଆକ୍ରମଣକାରୀ କର୍ମଚାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ବ୍ୟବହୃତ ହାତୁଡିକୁ ଜବତ କରିଥିବା ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିଲେ ମଧ୍ୟ ଆକ୍ରମଣକାରୀ କର୍ମଚାରୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଆକ୍ରମଣର ଶିକାର ମହିଳା କର୍ମଚାରୀଙ୍କ ଘର ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଟିଚର୍ସ କଲୋନୀରେ ବୋଲି ଜଣାପଡ଼ିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories