www.samajalive.in
Saturday, December 6, 2025
14.1 C
Bhubaneswar

ବିଜେପି ଛାଡିଲେ ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ଵର: ବିଜେପି ଛାଡିଲେ ରମାରଞ୍ଜନ ବଳିୟାରସିଂହ। ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। ସେଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ,  ଦୀର୍ଘ ଦିନ ଧରି ସେ ସତ୍ୟବାଦୀରେ ବିଜେପି ପାଇଁ କାମ କରୁଥିଲେ। ଯେତେବେଳେ ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେଇଛି , ତାହା ସେ ସମ୍ପନ୍ନ କରିଛନ୍ତି। କିନ୍ତୁ ଦଳ ତାଙ୍କୁ ପ୍ରତାରିତ କରିଛି। ଯେଉଁଥିପାଇଁ ସେ ଇସ୍ତଫା ଦେଇଛନ୍ତି। ସତ୍ୟବାଦୀରୁ ସେ ବିଧାୟକ ଭାବେ ଲଢିବାକୁ ଆଶାୟୀ ଥିଲେ। କିନ୍ତୁ ଯେହେତୁ ଦଳ ଓମପ୍ରକାଶ ମିଶ୍ର ଯିଏକି ପୂର୍ବଧର ପ୍ରାର୍ଥୀ ହୋଇଥିଲେ। ତାଙ୍କ ଉପରେ ଦଳ ପୁଣି ଥରେ ଭରସା କରିଛି। ଓମପ୍ରକାଶ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଟିକେଟ୍ ଆଶାରେ ଥିବା ରମାରଞ୍ଜନ ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ । ଏପରିକି କିଛି ଦିନ ହେବ ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନଥିଲେ । ତାକୁ ନେଇ ସେ ଦଳ ଛାଡିଥିବା କୁହାଯାଉଛି। ପୂର୍ବରୁ ସେ ବିଜେପି ମୁଖପାତ୍ର ମଧ୍ୟ ରହିଥିଲେ। ୨୫ ତାରିଖରେ ସତ୍ୟବାଦୀରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ତାର କିଛି ଦିନ ପୂର୍ବରୁ ଦଳ ଛାଡିବା ବିଜେପି ପାଇଁ ଶକ୍ତ ଧକ୍କା ବୋଲି କୁହାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories