www.samajalive.in
Friday, December 5, 2025
26.1 C
Bhubaneswar

‘ଜୁନ ୫ରେ ବିଜେପି ଭାଙ୍ଗିଯିବ, ମୋଦୀ ଆଉ ପ୍ରଧାନମନ୍ତ୍ରୀ ରହିବେନି’

ନୂଆଦିଲ୍ଲୀ:  ଆସନ୍ତା ଜୁନ ୫ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି) ଦୁଇଫାଳ ହୋଇଯିବ। ନରେନ୍ଦ୍ର ମୋଦୀ ଆଉ ଦେଶର ପ୍ରଧାନମନ୍ତ୍ରୀ ରହିବେ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଶିବ ସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ। ନାସିକ୍‌ରେ ଏକ ନିର୍ବାଚନୀ ରାଲିରେ ପ୍ରଚାର ସମୟରେ ଉଦ୍ଧବ ଏଭଳି ମନ୍ତବ୍ୟ ଦେବା ସହିତ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ମୋଦୀଙ୍କ ପାଇଁ ଭୋଟ ମାଗି ଭୁଲ କରିଥିବା କହିଛନ୍ତି। ଏଥିପାଇଁ ସେ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି।

ଶିବସେନା (ୟୁବିଟି) କଂଗ୍ରେସ ସହିତ ମିଶିଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେବା ପରେ ଉଦ୍ଧବ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଉଦ୍ଧବ କହିଥିଲେ ଯେ, ଆମେ କଂଗ୍ରେସରେ ମିଶିଯିବୁ ବୋଲି ଯେତେବେଳେ ପ୍ରଧାନମନ୍ତ୍ରୀ କହୁଛନ୍ତି, ତା’ହେଲେ ବିଜେପିକୁ ନେଇ ଆମେ ଅଧିକ ଚିନ୍ତିତ ଅଛୁ। ୩୦ ବର୍ଷ ବିଜେପି ସହିତ ରହି କାମ କରିଛୁ, କିନ୍ତୁ ସେହି ଦଳରେ କେବେ ମିଶିନାହୁଁ। ଦେଶର ଜନତାମାନେ ନିଷ୍ପତ୍ତି ନେଇସାରିଛନ୍ତି ଯେ, ଜୁନ ୫ରେ ମୋଦୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ହୋଇଯାଇଥିବେ। ତେଣୁ ତାଙ୍କ ଦଳର ଅବସ୍ଥା କ’ଣ ହେବ ? ଦଳରେ ସେହିଦିନ ଫାଟ ସୃଷ୍ଟି ହୋଇଯିବ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories