www.samajalive.in
Tuesday, December 9, 2025
19.1 C
Bhubaneswar

ଆଇଆର୍‍ସିଟିସି ହୋଟେଲ ଦୁର୍ନୀତି ମାମଲା : ରାବ୍ରୀଦେବୀ ଓ ତେଜସ୍ୱୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଦୀର୍ଘ ଦିନ ପରେ ଆଶ୍ୱସ୍ତି ମିଳିଛି। ଆଇଆର୍‍ସିଟିସି ହୋଟେଲ ଦୁର୍ନୀତି ମାମଲାରେ ଲାଲୁଙ୍କ ପତ୍ନୀ ରାବ୍ରୀଦେବୀ ଏବଂ ପୁତ୍ର ତେଜସ୍ୱୀ ଯାଦବଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଶନିବାର ନିୟମିତ ଜାମିନ ପ୍ରଦାନ କରିଛନ୍ତି। ସିବିଆଇ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା। ତେବେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ଙ୍କ ପକ୍ଷରୁ ରୁଜୁ ହୋଇଥିବା ବେଆଇନ ଅର୍ଥ କାରବାର ମାମଲାରେ ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ, ରାବ୍ରୀଦେବୀ ଓ ତେଜସ୍ୱୀ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଅନ୍ତରୀଣ ଜାମିନ ମଧ୍ୟ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ମୁଚାଲିକା ଏବଂ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନାରେ ସେମାନଙ୍କ ଜାମିନ ମଞ୍ଜୁର ହୋଇଛି। ଅସୁସ୍ଥତା କାରଣରୁ ଲାଲୁ  ଆଜିର ଶୁଣାଣି ବେଳେ କୋର୍ଟରେ ହାଜର ହୋଇପାରି ନ ଥିଲେ। ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୯ରେ ହେବ। ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ଲାଲୁଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ ଯାଦବ ପରିବାର ଏବଂ ଆଇଆରସିଟିସିର କେତେକ ଅଧିକାରୀ ନିଜ କ୍ଷମତାର ଅପବ୍ରବହାର କରି ପୁରୀ ଏବଂ ରାଞ୍ଚିସ୍ଥିତି ରେଳବାଇ ଅଧୀନସ୍ଥ ଦୁଇଟି ହୋଟେଲର ଠିକା କାର୍ଯ୍ୟ ବିଜୟ ଓ ବିନୟ କୋଚରଙ୍କ ସୁଜାତା ହୋଟେଲ ପ୍ରାଇଭେଟ ଲିମିଟେଡ୍‍କୁ ପ୍ରଦାନ କରିଥିଲେ। ଏହାର ପ୍ରତିବଦଳରେ ୨୦୦୫ରେ ଲାଲୁଙ୍କୁ ଘନିଷ୍ଠ ତଥା ଆର୍‍ଜେଡି ସାଂସଦ ପି.ସି. ଗୁପ୍ତାଙ୍କ ଡେଲାଇଟ ମାର୍କେଟିଂ କମ୍ପାନୀ ନାମରେ ବଜାର ମୂଲ୍ୟଠାରୁ କମ୍‍ ଦରରେ ୩୫୮ ଡେସିମଲ ଜମି କରି ଦିଆଯାଇଥିଲା।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories