ଅଯୋଧ୍ୟା ରାୟକୁ ନେଇ ଖୁସି ଜାହିର କଲେ ଲାଲକୃଷ୍ଣ ଆଡଭାନୀ : କହିଲେ ସୁପ୍ରିମକୋର୍ଟର ରାୟରେ ମୁଁ ବହୁତ ଖୁସି
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ କରିଛନ୍ତି। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ବିକଳ୍ପ ଜାଗା ପ୍ରଦାନ ପାଇଁ କୋର୍ଟ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନେଇ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, ମୁଁ ସବୁବେଳେ ଦେଶବାସୀଙ୍କ ସହିତ ରହିଆସିଛି। ସବୁ ସମୟରେ ଦେଶବାସୀଙ୍କ ଖୁସି ଚାହିଁଛି। ଭାରତ ସ୍ବାଧିନ ହେବା ପରେ ଏହି ଆନ୍ଦୋଳନ ସବୁଠାରୁ ବଡ଼ ଆନ୍ଦୋଳନ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ମୁଁ ଏହି ଆନ୍ଦୋଳନରେ ଭାଗ ନେଇଥିବାରୁ ବହୁତ ଖୁସି ଅଛି। ଅଯୋଧ୍ୟାରେ ଯେଉଁ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ ତାହା ସାରା ବିଶ୍ବରେ ବସବାସ କରୁଥିବା ସମସ୍ଥ ହିନ୍ଦୁଙ୍କ ହୃଦୟରେ ରହିବ।
Comments are closed.