ଭୁବନେଶ୍ୱର: ପୁଲିସ ଏଏସଆଇଙ୍କୁ ଆକ୍ରମଣ କରି କର୍ପୋରେଟର ଅଟକ। ରାଜଧାନୀ ଭୁବନେଶ୍ୱର ୨୯ନଂ ୱାର୍ଡର ବିଜେପି କର୍ପୋରେଟର ଜୀବନ ରାଉତଙ୍କୁ ଅଟକ ରଖିଛି ପୁଲିସ। ମଞ୍ଚେଶ୍ୱର ଥାନା ଏଏସଆଇ ଅଞ୍ଜନା ବରାଳଙ୍କୁ ଜୀବନ ରାଉତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୨ଜଣ କର୍ପୋରେଟର ଆକ୍ରମଣ କରିଥିବା ବେଳେ ଜୀବନଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି। ମଞ୍ଚେଶ୍ୱର ଅଞ୍ଚଳରେ ରାସ୍ତାକାମକୁ କେନ୍ଦ୍ର କରି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଜୀବନ ରାଉତଙ୍କ ନାମରେ ସହିଦନଗର ଥାନାରେ ମାମଲା ରହିଛି।
Popular Categories



