ପାଟଣା : ଜିଲା ଟ୍ରକ୍ ମାଲିକ ସଂଘ କାର୍ଯ୍ୟକାରୀ ସଦସ୍ୟ ଅଜୟ ସାହୁଙ୍କର ସଡକ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟିଛି। ଗୁରୁବାର ରାତି ପାଖାପାଖି ୩ଟା ସମୟରେ ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ହସନପୁର ନିକଟରେ ରାସ୍ତା ଡିଭାଇଡରରେ ପିଟି ହୋଇ ଗୋଟିଏ କାର ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। କାର୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଘଟଗାଁ ଜୋନ ଏବି ମେମ୍ବର ଅଜୟ କୁମାର ସାହୁ (୪୫)ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ସାଥୀଙ୍କ ସହ ପାରାଦୀପରୁ ଘଟଗାଁ ଫେରୁଥିଲେ।
ହସନପୁର ଟୋଲ୍ ଗେଟ୍ ନିକଟ ଡିଭାଇଡରରେ କାର୍ଟି ପିଟି ହୋଇ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ନେଇଛି। ଘଟଣା ପ୍ରଚାର ହେବା ପରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଯୁବ ନେତା ଦେବାଶିଷ ପାତ୍ର, ଜିଲା ଟ୍ରକ୍ ମାଲିକ ସଂଘ ସଂପାଦକ ସୂର୍ଯ୍ୟ ନାରାୟଣ କର,ସଂଘ ଉପସଭାପତି ଦିଲୀପ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ, ଇବି ସଦସ୍ୟ ବିଜୟ କୁମାର ସାହୁ ପ୍ରମୁଖ ଅନ୍ୟ ସଦସ୍ୟ ମାନେ ଗଭୀର ଶୋକ ପ୍ରକାଶ କରିବା ସହ ଆନନ୍ଦପୁର ଡାକ୍ତରଖାନାରେ ଉପସ୍ଥିତ ଥିବା ସୂଚନା ମିଳିଛି।
ଦୁର୍ଘଟଣାରେ ଜିଲା ଟ୍ରକ୍ ମାଲିକ ସଂଘ କାର୍ଯ୍ୟକାରୀ ସଦସ୍ୟ ଅଜୟ ସାହୁଙ୍କର ମୃତ୍ୟୁ
Popular Categories



