ସମ୍ବଲପୁର: ଜିଏମ୍ ୟୁନିଭରସିଟି ପରୀକ୍ଷା ଘୁଞ୍ଚିଲା। ଶନିବାର ହେବାକୁ ଥିବା ୟୁନିଭରସିଟିର ବିଭିନ୍ନ କ୍ଲାସର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଶନିବାର ଦିନ ସମ୍ବଲପୁର ମନ୍ଦଲିଆ ଗ୍ରାଉଣ୍ଡରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟ ପାଇଁ ଆୟୋଜନ କରାଯାଉଛି। ଏଥିପାଇଁ ପରୀକ୍ଷା ଘୁଞ୍ଚାଇବାକୁ ଜିଲା ପରିଷଦ ପକ୍ଷରୁ ୟୁନିଭରସିଟିକୁ ଏକ ଚିଠି ଲେଖାଯାଇଛି। ଏହାପରେ ଜିଏମ୍ ୟୁନିଭରସିଟିର ପରୀକ୍ଷା ଘୁଞ୍ଚିଛି। ଜାନୁଆରୀ ୧୩ତାରିଖରେ ହେବାକୁ ଥିବା ପରୀକ୍ଷା ଜାନୁଆରୀ ୨୪ତାରିଖରେ ହେବ। ଏସମ୍ପର୍କରେ ୟୁନିଭରସିଟି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସହିତ ଯେଉଁ ଛାତ୍ରଛାତ୍ରୀ ମାନେ ସାମସ୍ ପୋର୍ଟାଲରେ ପଞ୍ଜିକୃତ ହୋଇଥିବେ ସେମାନେ କେବଳ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ବୋଲି ଜିଲା ପରିଷଦ ପକ୍ଷରୁ କୁହାଯାଇଛି।
Popular Categories



