www.samajalive.in
Sunday, December 7, 2025
23.1 C
Bhubaneswar

କନ୍ୟାକୁମାରୀ, ପୁରୀ ନା ବାରାଣସୀ.. କେଉଁ କେଉଁ ଆସନରୁ ଲଢିବେ ମୋଦୀ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିଜେପି ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇପଡ଼ିଛି। ପିଏମ ମୋଦୀଙ୍କ ନେତୃତ୍ୱରେ ଏନଡିଏ କେନ୍ଦ୍ରରେ ଦମ୍‌ଦାର୍‌ ବିଜୟ ହାସଲ ବୋଲି ଆକଳନ କରାଯାଉଛି। ରାମ ମନ୍ଦିର ଉଦ୍‌ଘାଟନକୁ ବିଜେପିର ମାଷ୍ଟର କାର୍ଡ଼ ଭାବେ ବିବେଚନା କରାଯାଉଛି। ଫେବୃଆରୀ ଶେଷରେ ନିର୍ବାଚନ ତାରିଖ ଘୋଷଣା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କେଉଁ ସଂସଦୀୟ ଆସନରୁ ନିର୍ବାଚନ ଲଢିବେ ସେ ନେଇ କଳ୍ପନାଜଳ୍ପନା ବଢିବାରେ ଲାଗିଛି। ୨୦୧୯ ଭଳି ପୁଣି ଥରେ ସାଧାରଣ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଜୋର ଧରିଛି ଯେ, ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାରାଣସୀ ସଂସଦୀୟ କ୍ଷେତ୍ର ବ୍ୟତୀତ ଅନ୍ୟ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ? ଯଦି ଅନ୍ୟ କେଉଁଠୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ଏହା କେଉଁ ଆସନ ହେବ?

କନ୍ୟାକୁମାରୀଠୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଚର୍ଚ୍ଚା:

- Advertisement -

ଏନେଇ ଏବେ କନ୍ୟାକୁମାରୀଠାରୁ ଆରମ୍ଭ କରି ପୁରୀ ଲୋକସଭା ସଂସଦୀୟ ଆସନ ପର୍ଯ୍ୟନ୍ତର ନାମ ଶୁଣିବାକୁ ମିଳୁଛି। କେହି ମତ ଦେଉଛନ୍ତି ଯେ, ଦକ୍ଷିଣରେ ବିସ୍ତାର ପାଇଁ ମୋଦୀ ସେଠାକାର କୌଣସି ଏକ ଆସନ ଚୟନ କରିବେ ତ ଆଉ କେହି କହୁଛନ୍ତି ଓଡ଼ିଶାରେ ବାର୍ତ୍ତା ଦେବା ପାଇଁ ପୁରୀରୁ ମଧ୍ୟ ଲଢିପାରନ୍ତି। କିନ୍ତୁ ବିଜେପି ନେତାମାନେ ଏଭଳି ଆଲୋଚନାକୁ ଅଧିକ ଗୁରୁତ୍ୱ ଦେଉନାହାନ୍ତି। ସେମାନେ କହୁଛନ୍ତି ଯେ, ପିଏମ ମୋଦୀ ଅନ୍ୟ କୌଣସି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ, ସେ ବିଷୟରେ ଏବେ ଆଲୋଚନା କରିବାର କୌଣସି ଅର୍ଥ ନାହିଁ, କାରଣ ବର୍ତ୍ତମାନ କେହି କିଛି ଜାଣି ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ନିଷ୍ପତ୍ତି ନେବେ। ତେବେ ୨୦୧୯ରେ ମଧ୍ୟ ଏଭଳି ଚର୍ଚ୍ଚା ହୋଇଥିଲା।

ଶେଷରେ ମୋଦୀ ବାରାଣସୀରୁ ତାଙ୍କ ଏକମାତ୍ର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୧୪ରେ ଅବଶ୍ୟ ସେ ଦୁଇଟି ଆସନରେ ନିର୍ବାଚନ ଲଢିଥିଲେ। ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ସେଠାରେ ଭଦୋଦରା ଆସନରୁ ମଧ୍ୟ ନିର୍ବାଚନ ଲଢିଥିଲେ, କିନ୍ତୁ ପରେ ସେହି ଆସନ ଛାଡ଼ି ବାରାଣସୀର ସାଂସଦ ରହିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦୀ କେଉଁଠାରୁ ଲଢିବେ ସେନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ଖବର ମିଳିନାହିଁ। କିନ୍ତୁ ଏହା ନିଶ୍ଚିତ ଯେ, ମୋଦୀ ଯେଉଁଠାରୁ ବି ନିର୍ବାଚନ ମଇଦାନକୁ ଓହ୍ଲାଇବେ ତାହାର ପ୍ରଭାବ ସେହି ରାଜ୍ୟ ସହ ଏହାର ଆଖପାଖ ସଂସଦୀୟ ଆସନ ଉପରେ ପଡ଼ିବ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories