www.samajalive.in
Monday, December 15, 2025
17.1 C
Bhubaneswar

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ମୋ ମନରେ, ହୃଦୟର ପ୍ରତ୍ୟେକ ସ୍ପନ୍ଦନରେ୧୪୦ କୋଟି ଭାରତୀୟ ମୋ ସହିତ ରହିବେ -ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସୋସିଆଲ ମିଡିଆ ଯୋଗେ ଏକ ବିଶେଷ ଅଡିଓ ବାର୍ତ୍ତା ଦେଇଛନ୍ତି। ରାମ-ରାମ ଉଚ୍ଚାରଣରୁ ସୋସିଆଲ ମିଡିଆରେ ଅଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ୧୧ ଦିନ ରହିଲା। ମୋର ସୌଭାଗ୍ୟ,ମୁଁ ଏହି ପୁଣ୍ୟ ଅବସରରେ ଉପସ୍ଥିତ ରହିବି। ପ୍ରାଣ ପ୍ରତିଷ୍ଠା ସମୟରେ ସମଗ୍ର ଭାରତବାସୀଙ୍କ ପ୍ରତିନିଧିତ୍ୱ କରିବା ନିମନ୍ତେ ପ୍ରଭୁ ମୋତେ ମାଧ୍ୟମ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ୧୧ ଦିନ ଲାଗି ଏକ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଛି। ଏଥିଲାଗି ମୁଁ ଆପଣଙ୍କ ସମସ୍ତଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛି। ଏଭଳି ମୁହୂର୍ତ୍ତରେ ନିଜ ଭାବନାକୁ ଶବ୍ଦରେ ପ୍ରକାଶ କରିବା କଷ୍ଟସାଧ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ମାଆଙ୍କୁ ମନେ ପକାଇଛନ୍ତି। ତାଙ୍କ ମାଆଙ୍କ ବିଷୟରେ ଉଲ୍ଲେଖ କରିବା ପରେ ଭାବପ୍ରବଣ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ,ସେ ଆଜିଠାରୁ ୧୧ ଦିନର ଏକ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ନାସିକ ଧାମ ପଞ୍ଚଭଟୀ ଠାରୁ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, ଶାରୀରିକ ଭାବେ, ମୁଁ ସେହି ପବିତ୍ର ମୁହୂର୍ତ୍ତର ସାକ୍ଷୀ ହେବି, କିନ୍ତୁ ମୋ ମନରେ, ମୋ ହୃଦୟର ପ୍ରତ୍ୟେକ ସ୍ପନ୍ଦନରେ, ୧୪୦ କୋଟି ଭାରତୀୟ ମୋ ସହିତ ରହିବେ। ପ୍ରତ୍ୟେକ ରାମ ଭକ୍ତ ମୋ ସହିତ ରହିବେ ଏବଂ ସେହି ମୁହୂର୍ତ୍ତ ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଅନୁଭୂତି ହେବ। ସେହି ସମୟରେ ୧୪୦ କୋଟି ଦେଶବାସୀ ମୋ ସହିତ ଯୋଗଦେବେ, ତା’ପରେ ମୁଁ ତୁମର ଶକ୍ତି ସହିତ ଗର୍ଭଗୃହରେ ପ୍ରବେଶ କରିବିା ମୁଁ ଏକା ନୁହେଁ ବରଂ ମୋ ସହ ସମସ୍ତେ ଅଛନ୍ତି ବୋଲି ଅନୁଭବ କରିବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories