www.samajalive.in
Saturday, December 6, 2025
15.1 C
Bhubaneswar

ପୂଜାରେ ଲଡୁ ଭୋଗ କରିବାର କାରଣ

ସମସ୍ତ ଦେବାଦେବୀଙ୍କ ପୂଜାରେ ଲଡୁର ବ୍ୟବହାର କରାଯାଇଥାଏ। ଭଗବାନଙ୍କ ନିକଟରେ ଲଡୁ ଭୋଗ କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ପୂଜାରେ ଲଡୁକୁ କ’ଣ ପାଇଁ ଭୋଗ କରାଯାଇଥାଏ? ଏହି ବିଷୟରେ ଅନେକ ଧାର୍ମିକ କଥା ପ୍ରଚଳିତ। ଥରେ ଦେବତାମାନଙ୍କ ଶକ୍ତିକୁ ଏକତ୍ରିତ କରି ମାତା ପାର୍ବତୀ ଏକ ଦିବ୍ୟ ଲଡୁ ଉତ୍ପନ କରିଥିଲେ। ସେହି ଲଡୁକୁ ଖାଇବା ପାଇଁ ଶ୍ରୀଗଣେଶ ଓ କାର୍ତ୍ତିକେୟ ଜିଦି କରିଥିଲେ। ମାତା ପାର୍ବତୀ ସେମାନଙ୍କୁ କହିଲେ ଯେ, ଯିଏ ପ୍ରଥମେ ନିଜର ଶ୍ରେଷ୍ଠତା ସିଦ୍ଧ କରିବ ସେ ଏହି ଲଡୁ ପାଇପାରିବ। ଶ୍ରୀଗଣେଶ ପ୍ରଥମେ ନିଜର ଶ୍ରେଷ୍ଠତା ସିଦ୍ଧ କରିଥିଲେ ଓ ଦିବ୍ୟ ଲଡୁ ପାଇଥିଲେ। ସେହି ଦିନ ଠାରୁ ଗଣେଶଙ୍କୁ ଲଡୁ ଏବଂ ମୋଦକ ଭୋଗ କରାଯାଇଥାଏ।

ଜ୍ୟୋତିଷଶାସ୍ତ୍ରରେ ଲଡୁ ସମ୍ବନ୍ଧ​‌ରେ ଅନେକ କଥା ବର୍ଣ୍ଣନା କରାଯାଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଲଡୁର ସମ୍ବନ୍ଧ ବୁଧ ଗ୍ରହ ସହିତ ରହିଛି। ଲଡୁର ଆକାର ଗୋଲ ରହିଥିବାରୁ ତାହା ବୁଧ ଗ୍ରହ ଉପରେ ପ୍ରଭାବ ପକାଇଥାଏ। ଲଡୁର ସେବନ ଦ୍ବାରା ଜାତକରେ ବୁଧଙ୍କ ସ୍ଥିତି ମଜଭୂତ ହୋଇଥାଏ। ଲଡୁର ସ୍ବାଦ ମିଠା ଅଟେ। ଜ୍ୟୋତିଷଶାସ୍ତ୍ରରେ ମିଠା ଦ୍ରବ୍ୟର ସମ୍ବନ୍ଧ ସୂର୍ଯ୍ୟ ଓ ମଙ୍ଗଳଙ୍କ ସହ ରହିଛି। ଏହାସହ ଲଡୁର ବାସ୍ନା ଚନ୍ଦ୍ରଙ୍କ ସହ ରହିଛି। ଜ୍ୟୋତିଷରେ ବୁନ୍ଦିର ଲଡୁ ଖାଇବା ସର୍ବୋତ୍ତମ ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories