www.samajalive.in
Monday, December 8, 2025
16.1 C
Bhubaneswar

ବାସ୍ତୁଶାସ୍ତ୍ରରେ ଶିଡ଼ିର ବ୍ୟବହାର

ଆଜିକାଲି ସମସ୍ତ ବର୍ଗର ଲୋକ ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ଘର ନିର୍ମାଣ କରିବାକୁ ଉଚିତ୍ ମନେକରୁଛନ୍ତି। ପରିବାରସଦସ୍ୟଙ୍କ ଉତ୍ତରୋତ୍ତର ଉନ୍ନତିରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଲୋକଙ୍କ ମତ। ଏଣୁ ବାସ୍ତୁବିତ୍‌ଙ୍କ ପରାମର୍ଶ ଅନୁସାରେ ଘର ନିର୍ମାଣ କରୁଥିବାର ଦେଖାଯାଉଛି। ଘରର ପ୍ରତ୍ୟେକ କୋଣ ଓ କକ୍ଷ ଯେପରି ଖୁବ୍ ମହତ୍ତ୍ବପୂର୍ଣ୍ଣ, ଠିକ୍ ସେଇପରି ଶିଡ଼ି ମଧ୍ୟ ପ୍ରତ୍ୟେକ ଗୃହରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
ବାସ୍ତୁବିତ୍‌ଙ୍କ ମତରେ ଦକ୍ଷିଣ ଓ ପଶ୍ଚିମ ଦିଗରେ ଶିଡ଼ି ରହିବା ଖୁବ୍ ଶୁଭପ୍ରଦ। ଅନ୍ୟପାଖେ ଉତ୍ତର, ପୂର୍ବ, ଐଶାନ୍ୟ କୋଣରେ ଶିଡ଼ି ରହିବା ଅଶୁଭଫଳ ପ୍ରଦାନ କରେ।
ଘର ମାଲିକ ତଳ ମହଲାରେ ରହୁଥିଲେ ଓ ଶିଡ଼ି ଉତ୍ତର ଦିଗରେ ରହିଥିଲେ ତାହା ବାସ୍ତୁ ଅନୁସାରେ ଶୁଭ ଭାବେ ଗ୍ରହଣ କରାଯାଇଛି।
ପ୍ରତ୍ୟେକ ଶିଡ଼ି ଘଣ୍ଟା ଘୂର୍ଣ୍ଣୟମାନ ଦିଗ ଅନୁସାରେ ନିର୍ମିତ ହୋଇଥିବା ଅତି ଉତ୍ତମ ବୋଲି ପ୍ରକାଶ। ଏହା ସହ ବାସ୍ତୁ ଅନୁସାରେ ଯୁଗ୍ମ ବଦଳରେ ଅଯୁଗ୍ମ ସଂଖ୍ୟାର ଶିଡ଼ି ଘରେ ରହିବା ଖୁବ୍ ଭଲ ଫଳ ପ୍ରଦାନ କରିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories