www.samajalive.in
Monday, December 15, 2025
15.1 C
Bhubaneswar

ବିଡିପିଏଲ କମ୍ପାନୀରେ ଶ୍ରମିକ ଉତ୍ତେଜନା ; ମୁଖ୍ୟ ଫାଟକ ଆଗରେ ଧାରଣା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସମ୍ପୋଚ ପଂଚାୟତର ତିତିରିକଟାଠାରେ ଥିବା ବିଡିପିଏଲ କମ୍ପାନୀରେ ଗୁରୁବାର ଶ୍ରମିକ ଉତ୍ତେଜନା ଦେଖିବାକୁ ମିଳିଛି। କମ୍ପାନୀରେ କାର୍ଯ୍ୟରତ ଶହେରୁ ଅଧିକ ଶ୍ରମିକମାନଙ୍କୁ ଅଧିକ ସମୟ ଖଟାଇବା ସହିତ ଛୁଟି ଦିଆଯାଉ ନାହିଁ। ଏପରିକି ଅଧିକ ସମୟ କାମର ପାଉଣା ମିଳୁନଥିବା ଅଭିଯୋଗରେ ଗୁରୁବାର କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ୨ଶହରୁ ଅଧିକ ଶ୍ରମିକ ଧାରଣାରେ ବସି ଏହାର ପ୍ରତିବାଦ କରିଥିଲେ। ପ୍ରକାଶ ଯେ ବିଡିପିଏଲ କମ୍ପାନୀରେ ଜେନା ଆସୋସିଏସଟସ ,ସାଈ ଶିବମ୍ ଏବଂ ଏମଆର ଭଳି ତିନୋଟି ଆଉଟସୋର୍ସିଂ କମ୍ପାନୀ ଜରିଆରେ ବିଡିପିଏଲରେ ଦୁଇଶହରୁ ଅଧିକ ଶ୍ରମିକ ୫ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି। ଗାଈଦାନା ବସ୍ତା ପ୍ୟାକିଂ କାର୍ଯ୍ୟରେ ନିୟୋଜିତଥିବା ଶ୍ରମିକଙ୍କୁ ଆଗରୁ ୪୦କେଜି ଗାଈଦାନା ବସ୍ତା ପ୍ୟାକିଂ କାର୍ଯ୍ୟ କରୁଥିବାବେଳେ ବର୍ତମାନ ଏହା ୫୫କେଜିରେ ପଂହଚିଛି । ଯଦ୍ୱାରା ବସ୍ତା ଟେକିବା ଏବଂ ୧୨ଧାଡି ଉଚ୍ଚାରେ ବସ୍ତା ଥାକେଇବା ପାଇଁ ଶ୍ରମିକମାନଙ୍କୁ ଅଧିକ ପରିଶ୍ରମ ଏବଂ କଷ୍ଟ ସହିବାକୁ ପଡୁଛି। ଏପରିକି ସପ୍ତାହକୁ ଛୁଟି ମିଳୁନ ଥିବାବେଳେ ଅଧିକ କାମ ବାବଦରେ ଅର୍ଥ ମିଳୁନଥିବା ଶ୍ରମିକଙ୍କ ପକ୍ଷରୁ ଅଭିଯୋଗ ଉଠୁଛି । ଏହା ସହିତ ଇନକ୍ରିମେଣ୍ଟ ମଧ୍ୟ ଦିଆଯାଉନଥିବା ଶ୍ରମିକମାନଙ୍କ ପକ୍ଷରୁ ଅଭିଯୋଗ ଉଠୁଛି । ଏହାର ପ୍ରତିବାଦ କଲେ କମ୍ପାନୀରୁ ବାହାରିଯିବା ପାଇଁ ଧମକ ଦିଆଯାଉଛି। ଏଭଳି ଘଟଣାକୁ ନେଇ ଆଜି ଶ୍ରମିକମାନଙ୍କ ପକ୍ଷରୁ ଉତେଜନା ପ୍ରକାଶ ପାଇବା ସହିତ ମୁଖ୍ୟଫାଟକ ସମ୍ମୁଖରେ ସମସ୍ତେ ଆଜି ଧାରଣାରେ ବସି ରହିଥିଲେ। ଖବରପାଇ ବୌଦ୍ଧ ପୁଲିସ ଓ କମ୍ପାନୀ ସିଇଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନପାରିବାରୁ ଧାରଣା ଜାରି ରହିଥିଲା। ଏହି କମ୍ପାନୀରେ ଜିଲ୍ଲାର ଅନେକ ଶ୍ରମିକ କାର୍ଯ୍ୟରତ ଥିବା ଜଣା ପଡିଛି । କମ୍ପାନୀର ଶ୍ରମିକ ମାରଣନୀତି ଅଭିଯୋଗ ଉପରେ ବୌଦ୍ଧ ଶ୍ରମ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ଉଠୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories