www.samajalive.in
Sunday, December 14, 2025
19.1 C
Bhubaneswar

ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବୈଠକ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାରେ ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ଗଠନ କରାଯାଇଛି । ଢେଙ୍କାନାଳ ଜନ ସାଧାରଣଙ୍କ ସମସ୍ୟା ସମାଧାନ କରିବାରେ ଏହି ସଙ୍ଘ ବେଶ ଆଦୃତ ଲାଭ କରିଛି। ତୃଣମୂଳ ସ୍ତରରୁ ଲୋକଙ୍କ ସହିତ ରହି ଜନହିତକର କାର୍ଯ୍ୟକ୍ରମ କରିଆସୁଛି। କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ବୈଠକରେ ସହର ନିକଟବର୍ତ୍ତୀ ଇନ୍ଦିପୁର ଭାଗବତ ଟୁଙ୍ଗି ପରିସରରେ  ଅନୁଷ୍ଠିତ ହୋଇଥିଲା। ଏଥିରେ ପରଜଙ୍ଗ, କାମାକ୍ଷାନଗର, କଙ୍କଡ଼ାହାଡ଼, ଭୁବନ ବ୍ଲକରେ ଦାଇତ୍ୱ ବହନ କରିଥିବା ସାମ୍ବାଦିକ ମାନେ ଉପସ୍ଥିତ ରହି ନିଜ ଅଂଚଳର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ସୁବିଧା, ଜନସାଧାରଙ୍କୁ ସରକାରୀ ସୁବିଧା, କୃଷି, ଜଳସେଚନ ଇତ୍ୟାଦି ସୁବିଧା ଅସୁବିଧା ବିଷୟରେ ବ୍ଲକ ପ୍ରତିନିଧି ମାନେ ଆଲୋଚନା କରିଥିଲେ। ଆଲୋଚନା ପରେ ସବୁ ସମସ୍ୟାର ସମାଧାନ ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ସଙ୍ଘ ସଭାପତି ଧବଳ ପ୍ରସାଦ ସାହୁ ଦେଇଥିଲେ। ଏହି ବୈଠକରେ ସଙ୍ଘ ଉପସଭାପତି ପ୍ରବୀଣ ନାଏକ, ସମ୍ପାଦକ କିଶୋର ପାଳ, ସଂଯୋଜକ ପ୍ରହ୍ଲାଦ ମୁଦୁଲି, ସଙ୍ଘ ବ୍ଲକ ପ୍ରତିନିଧି ଅକ୍ଷୟ ନନ୍ଦ, ପର୍ଶୁରାମ ମହାଭୋଇ, ସୁମିତ୍ରା ମିଶ୍ର, ସରୋଜ ନାୟକ, ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories