ଶୁକ୍ରବାର ରାଶିଫଳ (୨୨.୦୯.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Sep 22, 2023 Share ମେଷ : ବିପଦରେ ଇତର ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ। ସଂଯମୀ ହେଲେ ସିଦ୍ଧିପ୍ରାପ୍ତ ହେବେ। ଏପରି କାର୍ଯ୍ୟ ନ କରନ୍ତୁ ଯେଉଁଥିରେ କି ଉଳ ଭବିଷ୍ୟତର ଆଶା ଧୂଳିସାତ୍ ହେବ। ବୃଷ : କାମୀ ନ ହୋଇ ପ୍ରେମୀ ହେଲେ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କ ପାଖରେ ରହିଛି। ଜଣେ ସମାଜସେବୀଭାବେ ସମ୍ମାନିତ ହେବେ। ମିଥୁନ : ଲୁକ୍କାୟିତ ପ୍ରତିଭାକୁ ପବିତ୍ର ମନରେ ଲୋକଲୋଚନକୁ ଆଣିପାରନ୍ତି। ଆପଣଙ୍କ ଅତୁଟ ଭ୍ରାତୃବନ୍ଧନକୁ ଅନୁଧ୍ୟାନ କରି ଶତ୍ରୁ ଆପଣାଛାଏଁ ଅପସରି ଯିବ। ଋଣଦାତାଙ୍କ ଦୟାରୁ କେବଳ କିସ୍ତି ଦେଇ ଆଶ୍ବସ୍ତ ହେବେ। କର୍କଟ : କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ। ସତ୍ପଥରେ ଜ୍ଞାନର ଦୀପ ଜଳାଇ ଜନସାଧାରଣଙ୍କ ଚଲାପଥକୁ ଆଲୋକିତ କରିପାରନ୍ତି। ପତିପ୍ରାଣା ପତ୍ନୀଙ୍କ ଉଦ୍ୟମରୁ ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ସିଂହ : ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଉଦାର ଚେତା, ଉଦାର ଚରିତ୍ର ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିପାରନ୍ତି। ଶ୍ରେଷ୍ଠ ହେବେ। କନ୍ୟା : ଅତି ମାନସ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରି ମହତ୍ କାର୍ଯ୍ୟର ପ୍ରୟାସୀ ହୋଇପାରନ୍ତି। ତେଜ, କ୍ଷମା, ଧୈର୍ଯ୍ୟ, ବାହ୍ୟ ଶୁଦ୍ଧି, କାହାରିଠାରେ ଶତ୍ରୁଭାବ ନ ରଖିବା ଭଳି ଗୁଣର ଆତ୍ମପ୍ରକାଶ ଘଟାଇ ପାରନ୍ତି। Related Posts ଆସନ୍ତାକାଲି ଯାଏଁ ଜାରି ରହିବ: ଟାଙ୍ଗୀରେ… Dec 25, 2024 ଜନ୍ମ ବାର୍ଷିକୀରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳୀ:… Dec 25, 2024 ତୁଳା : ଈର୍ଷାଠାରୁ ଦୂରେଇ ରହିବାକୁ ପଡ଼ିବ। ଆପଣଙ୍କଠାରେ ନିହିତ ଅମୃତମୟ ପ୍ରଭାବକୁ କୋଣ, ଅନୁକୋଣରେ ବିଛାଇ ଦେଇପାରନ୍ତି। ନିଜ କର୍ତ୍ତବ୍ୟ ମାର୍ଗରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ବିଛା : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଅପେକ୍ଷା ଶୁଭ କାର୍ଯ୍ୟରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଆପଣଙ୍କ ମହନୀୟ କର୍ମ ସମୂହ ଆପଣଙ୍କୁ ଶ୍ରେଷ୍ଠାସନ ଦେଇପାରେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଧନୁ : ଏକାନ୍ତ ସାଧନାରେ ସିଦ୍ଧି ପ୍ରାପ୍ତ ପାଇଁ ଈଶ୍ବରଙ୍କୁ ପ୍ରାର୍ଥନା କରିବେ। ଭାଷା ମଧୁର, ପ୍ରେମପୂର୍ଣ୍ଣ ବ୍ୟବହାରରେ ପରକୁ ଆପଣାର କରିପାରନ୍ତି। ଦରିଦ୍ର ନାରାୟଣ ସେବାରେ ଧନ ବ୍ୟୟ କରି ଆନନ୍ଦ ଲାଭ କରିବେ। ମକର : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଆପଣଙ୍କ ମହନୀୟ ଆଦର୍ଶ ଦୃଷ୍ଟାନ୍ତମୂଳକ ହେବ। ମଧୁବ୍ୟୁହ ପରବର୍ତ୍ତୀ କାଳରେ ସମ୍ମାନ ହାନିର କାରଣ ହେବ। କୁମ୍ଭ : ପ୍ରତ୍ୟୁପନ୍ନ ମତିସମ୍ପନ୍ନ ହେବେ। ପ୍ରକୃତିର ବୈଚିତ୍ର୍ୟତା ଆପଣଙ୍କ ମନକୁ ସ୍ପର୍ଶ କରିପାରେ। ମହତରୁ ମହୀୟାନ୍ ବିବେକ, ବୁଦ୍ଧି, ଦୂରଦୃଷ୍ଟିସମ୍ପନ୍ନ ହୋଇପାରନ୍ତି। େଦ୍ବଷ ଭାବ ପରିତ୍ୟାଗ କରିଥିବାରୁ ଶାନ୍ତି ପ୍ରାପ୍ତ ହେବେ। ମୀନ : ଦୈବୀ ବଳରେ ବଳୀୟାନ୍ ହୋଇପାରନ୍ତି। ସଶକ୍ତ ଆତ୍ମବଳ ଆପଣଙ୍କୁ ସକଳ କ୍ଷେତ୍ରରେ ବିଜୟୀ କରିପାରେ। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବାକୁ ପଡ଼ିବ। ଜ୍ୟୋତିର୍ମୟୀ ପତ୍ନୀ, ପ୍ରେରଣାଦାୟୀ ହେବେ। Horoscope 22nd Sept 2023odia news Share FacebookTwitterWhatsApp
Comments are closed.