www.samajalive.in
Monday, December 8, 2025
14.1 C
Bhubaneswar

ରହସ୍ୟମୟ; ଅଧିକ ତଦନ୍ତ ସୁପାରିସ

ଭୁବନେଶ୍ୱର: ରାଜ୍ୟରେ ଏକଦା ହଇଚଇ ସୃଷ୍ଟି କରିଥବା କୁନ୍ଦୁଲି ନାବାଳିକା ଅପହରଣ, ଯୌନ ନିର୍ଯାତନା ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି। ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ରିପୋର୍ଟ ଉପସ୍ଥାପନ କରିଥିଲେ। କମିଶନ ତାଙ୍କ ‌ ରିପୋର୍ଟରେ ତିନିଟି ସୁପାରିସ କରିଥିବାବେଳେ ସରକାର ଦୁଇଟିକୁ ଗ୍ରହଣ କରିଛନ୍ତି। ସମଗ୍ର ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଅଧିକ ତଦନ୍ତ ହେଲେ ରହସ୍ୟ ଉପରୁ ପରଦା ହଟିବ ବୋଲି ରିପୋର୍ଟରେ କୁହାଯାଇଛି।
ରାଜ୍ୟ ସରକାର ଜୟପୁରସ୍ଥିତି କୋରାପୁଟ ଜିଲା ଜଜଙ୍କୁ କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ମୁଷାଗୁଡ଼ା ଗ୍ରାମର ନାବାଳିକା ଅପହରଣ, ଯୌନ ନିର୍ଯାତନା ଓ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ନିଯୁକ୍ତି କରିଥିଲେ। ତଦନ୍ତ ପରେ କମିଶନ ଏହାର ରିପୋର୍ଟ ୨୦୧୮ ସେପଟେମ୍ବର ୨୦ରେ ଦାଖଲକରିଛନ୍ତି।
ତଦନ୍ତ ରିପୋର୍ଟରେ କମିଶନ ତିନିଟି ସୁପାରିସ କରିଛନ୍ତି। ତଦନ୍ତ ନସରିବା ପର୍ଯ୍ୟନ୍ତ ପୀଡ଼ିତାର ପରିଚୟ ଗୋପନ ରଖିବା, ତଦନ୍ତ ନସରିବା ପର୍ଯ୍ୟନ୍ତ ଗଣମାଧ୍ୟମକୁ ତଦନ୍ତର ଅଗ୍ରଗତି ସମ୍ପର୍କରେ ନଜଣାଇବା ଏବଂ କୁନ୍ଦୁଲି ଛକରେ ଥିବା ପୀଡ଼ିତାଙ୍କ ପ୍ରତିମୂର୍ତ୍ତିକୁ ହଟାିବା ବ୍ୟବସ୍ଥା କରାଯାଉ ବୋଲି ସୁପାରିସ କରାଯାଇଛି।
ଗୃହ ବିଭାଗରେ ଏହାର ତର୍ଜମା ପ​​‌ରେ ସରକାର କମିଶନଙ୍କ ଗୋଟିଏ ସୁପାରିସକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସୁପାରିସକୁ ଗ୍ରହଣ କରିଛନ୍ତି। କୁନ୍ଦୁଲି ଛକରୁ ପୀଡ଼ିତାଙ୍କ ପ୍ରତିମୂର୍ତ୍ତି ହଟାଇବା ପାଇଁ ଥିବା ସୁପାରିସକୁ ସରକାର ଗ୍ରହଣ କରିନାହାନ୍ତି।
କମିଶନଙ୍କ ସୁପାରିସ ଅନୁସାରେ ତଦନ୍ତ ସମୟରେ ପୀଡ଼ିତାର ପରିଚୟ ଗୁପ୍ତ ରଖିବାକୁ ପଦକ୍ଷେପ ନେବା ନିମନ୍ତେ ସବୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦେଶ ଦିଆଯାଇଛି। ଯୌନ ନିର୍ଯାତନା ମାମଲାରେ ତଦନ୍ତ ​‌େ​‌ଶଷ ନହେବା ପର୍ଯ୍ୟନ୍ତ କୌଣସି ଜିଲା ବା ରାଜ୍ୟ କର୍ତ୍ତୃପକ୍ଷ ଗଣମାଧ୍ୟମ ବା ସର୍ବସାଧାରଣରେ ତଦନ୍ତ ସଂକ୍ରାନ୍ତ କୌଣସି ଅଗ୍ରଗତି ସମ୍ପର୍କରେ କୌଣସି ତଥ୍ୟ ଯେପରି ପ୍ରଦାନ ନକରନ୍ତି ସେଥିପାଇଁ ନିର୍ଦେଶ ଜାରି କରାଯାଇଛି।
ସରକାରଙ୍କ ଅନୁମତି କ୍ରମେ ତଦନ୍ତ କମିଶନଙ୍କ ଦୁଇଟି ସୁପାରିସକୁ ଲାଗୁ କରାଯିବା ନିମ​‌େ​‌ନ୍ତ ୨୦୧୯ ଜୁଲାଇ ୨୭ରେ ନିର୍ଦେଶାବଳି ଜାରି କରାଯାଇଛି। ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ ହେବାର ୬ ମାସ ମଧ୍ୟରେ ସମ୍ପୃକ୍ତ ରିପୋର୍ଟ ସହିତ ଏହା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ କରିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ରିପୋର୍ଟ ପ୍ରସ୍ତୁତି, ପରୀକ୍ଷାନିରୀକ୍ଷା, କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ରିପୋର୍ଟ ଛାପା କାଳରେ ବିଳମ୍ବ ଯୋଗୁଁ ବିଧାନସଭାରେ କୁନ୍ଦୁଲି ନାବାଳିକା ଅପହରଣ, ଯୌନ ନିର୍ଯାତନା ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯିବାରେ ବିଳମ୍ବ ହେଲା ବୋଲି ଭାରପ୍ରାପ୍ତ ସଦସ୍ୟ ଦର୍ଶାଇଛନ୍ତି।
ଉକ୍ତ ରିପୋର୍ଟରେ ପୀଡ଼ତାଙ୍କ ପରିବାରର ଭୂମିକା ଏବଂ ଘଟଣାସ୍ଥଳକୁ ଯାଇଥିବା ରାଜନୈତିକ ନେତାଙ୍କ ଭୂମିକା ଓ ଦାୟିତ୍ବକୁ ନେଇ ପ୍ରଶ୍ନ କରାଯାଇଛି। ଏପରିକି
ପୀଡ଼ିତାର ଚିକିତ୍ସା ସରିବା ପୂର୍ବରୁ କଟକ ବଡ଼ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ କରିବାକୁ ପଡ଼ିଥିଲା। ପରିବାର ଓ ରାଜନୈତିକ ବ୍ୟକ୍ତିଙ୍କ ଧାରଣା ଯୋଗୁଁ ତରବରିଆ ଡ଼ିସର୍ଚର୍ଜ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ୨୦୧୭ ମସିହା ଅକ୍ଟୋବର ୧୦ତାରିଖରେ ଏଭଳି ଅଘଟଣ ଘଟିଥିଲା। ସେତେବେଳେ ଏହା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶେଷରେ ରାଜ୍ୟ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ। ପୀଡ଼ିତା ନ୍ୟାୟ ଭିକ୍ଷା କରି ​‌େଶ‌ଷରେ ଆତ୍ମହତ୍ୟା କରିଥିଲା। ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ବି ଏ ପର୍ଯ୍ୟନ୍ତ ପ୍ରକୃତ ଘଟଣା ରହସ୍ୟ ହୋଇ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories