ମୁଁ ଶେଷ ବେଞ୍ଚର ଛାତ୍ର: କୁମାରସ୍ୱାମୀ

0

ବେଙ୍ଗାଲୁରୁ: ‘ମୁଁ ପାଠପଢ଼ାରେ ସେତେଟା ଭଲ କରୁ ନଥିଲି। ମୁଁ ଥିଲି ଜଣେ ପଛ ଧାଡ଼ିର ଛାତ୍ର। ଶିକ୍ଷକ/ଅଧ୍ୟାପକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ମୁଁ ସବୁବେଳେ ପଛ ବେଞ୍ଚରେ ବସୁଥିଲି।’ ଏଭଳି ସ୍ୱୀକାରୋକ୍ତି ପ୍ରକାଶ କରି ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ।
କର୍ଣ୍ଣାଟକ ଜୟନଗରସ୍ଥିତ ନ୍ୟାଶ୍‍ନାଲ୍‍ ଡିଗ୍ରୀ କଲେଜରୁ ବିଜ୍ଞାନରେ ୧୯୮୦ରେ ଡିଗ୍ରୀ ହାସଲ କରିଥିବା କୁମାରସ୍ୱାମୀ ନ୍ୟାଶ୍‍ନାଲ୍‍ ଏଜୁକେଶନ୍‍ ସୋସାଇଟି ଅଫ୍‍ କର୍ଣ୍ଣାଟର ଶତବାର୍ଷିକୀ ପୂର୍ତ୍ତି ଅବସରରେ କହିଛନ୍ତି ଯେ ଭବିଷ୍ୟତରେ ଜଣେ ଆଇଏଏସ୍‍ ହେବାର ଇଚ୍ଛା ଥିଲା। କିନ୍ତୁ ସମୟଚକ୍ର ତାଙ୍କୁ ସେଥିରୁ ଦୂରେଇ ଦେଲା। ସେ ରାଜକୁମାରଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ। ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍ ଡି ଦେବେଗୌଡ଼ା କୁମାରସ୍ୱାମୀଙ୍କୁ ଅପଦାର୍ଥ ଓ ଜୀବନରେ କିଛି କରିପାରିବେନି ବୋଲି କହୁଥିଲେ। କିନ୍ତୁ କଠିନ ପରିଶ୍ରମ ଦ୍ୱାରା ଆଜି ସେ ଏହି ସ୍ଥାନକୁ ଆସିପାରିଛନ୍ତି ଓ ନିଜକୁ ଜଣେ ଭାଗ୍ୟବାନ୍‍ ରାଜନେତା ବୋଲି ଭାବୁଛନ୍ତି ବୋଲି କୁମାରସ୍ୱାମୀ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେବା ସହିତ ସେମାନେ ଯେତେବେଳେ ଚାହିଁବେ ତାଙ୍କୁ ବିନା ଅନୁମତିରେ ବିଧାନସୌଧରେ ଭେଟି ପାରିବେ ବୋଲି କହିଛନ୍ତି।

Leave A Reply