www.samajalive.in
Monday, December 8, 2025
16.1 C
Bhubaneswar

ଜିଏସଟି ନାମରେ ଆଦିବାସୀଙ୍କୁ ଶୋଷଣ, ପ୍ରତ୍ୟାହାର ଦାବିରେ କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନ

କୁଚିଣ୍ଡା: କେନ୍ଦୁପତ୍ର ବିକ୍ରୀ ଆଦିବାସୀ ଅଞ୍ଚଳରେ ଏକ ପ୍ରମୁଖ ଆୟ ହୋଇଥିବା ବେଳେ ସରକାର ଏହା ଉପରେ ଜିଏସଟି ଲାଗୁ କରିବା ଓ ବିଭାଗରେ କାର୍ଯ୍ୟରତ କର୍ମଚାରୀ, ମୁନସି ଆଦିଙ୍କୁ ଛଟେଇ କରୁଥିବା ଯୋଗୁଁ ଏହି ଲାଭକାରୀ ଅନୁଷ୍ଠାନ ଦୁର୍ବଳ ହୋଇପଡୁଥିବା ଅଭିଯୋଗ ହୋଇଛି। ଏହାର ନିରାକରଣ ସହ ଜିଏସଟିକୁ ତୁରନ୍ତ ପ୍ରତ୍ୟାହାର କରିବା ଓ ବିଭାଗକୁ ଅଧିକ ଦକ୍ଷ କରିବା ଦାବି କରି ସଂପ୍ରତି କରୋନା କାଳରେ କେନ୍ଦୁପତ୍ର କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖାଦେଇଛି। ବିଭାଗରେ କାର୍ଯ୍ୟରତ ତେଳାଳୀ, ଶ୍ରମିକ, ମୁନସି, ଆଦି ମଇ ପହିଲାରୁ ଧର୍ମଘଟ ସ୍ୱରୁପ କଳାବ୍ୟାଚ୍ଚ ପରିଧାନ କରି ପ୍ରତ୍ୟେକ ଅଞ୍ଚଳରେ ଆନ୍ଦୋଳନ ,ବିକ୍ଷୋଭ କରିଥିବା ଜଣାଯାଇଛି।

 

- Advertisement -

ସୂଚନା ଯୋଗ୍ୟ ଯେ ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଓଡିଶା ଓ ପୂର୍ବ ଓଡିଶାର କେତେକ ଅଞ୍ଚଳରେ କନ୍ଦେୁପତ୍ର ସଂଗ୍ରହ କାର୍ଯ୍ୟ କରିଥାଏ। ଏହି କାମରେ ରାଜ୍ୟର ୧୨ଲକ୍ଷ ତୋଳାଳୀ ଲାଭ ପାଉଥିବା ଦେଖାଯାଏ। ମାତ୍ର ୨୦୧୭ ମସିହା ପରଠାରୁ ଏହି ପତ୍ର ଉପରେ କେନ୍ଦ୍ର ସରକାର ଶତକଡା ୧୮ଟଙ୍କା ଅନୁପାତରେ ଜିଏସଟି ଲାଗୁ କରିବା ଯୋଗୁଁ ସଂପୃକ୍ତ ବିଭାଗରେ କ୍ଷତି ହେବା ସହ କାର୍ଯ୍ୟରତ ତୋଳାଳୀ, ଶ୍ରମିକ ମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡିଛି। ଏପରି ପତ୍ରରୁ ତିଆରି ବିଡି ଉପରେ ବିକ୍ରୀ କର ବାବଦକୁ ପୁଣି ଶତକଡା ୨୮ଟଙ୍କା ଜିଏସଟି ଲାଗୁ କରିବା ଯୋଗୁଁ ଗୋଟିଏ ଦ୍ରବ୍ୟରେ ଦ୍ୱେତ ଟିକସ ହେବା ଓ ଶତକଡା ୪୬ଟଙ୍କା ଟିକସ ରହିବା ଯୋଗୁଁ ସଂପ୍ରତି ବିଭାଗଟି ଦେବାଳିଆ ପରିସ୍ଥିତି ଉପୁଜିବା ଆଶଙ୍କା ଉପୁଜିଛି। ଫଳରେ ଜନ ମଙ୍ଗଳକାରୀ ବିଭାଗଟି ଭୁଷୁଡିବା ସହ ସରକାର ପାଉଥିବା ଲାଭ ଓ ଲକ୍ଷ ଲକ୍ଷ ଶ୍ରମିକ ପାଉଥିବା ପାଉଣାରୁ ବଞ୍ଚିତ ହେବେ ବୋଲି ସଂଘ ଅଭିଯୋଗ କରିଛି। ଏସଂକ୍ରନ୍ତରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରେ ଆବଶ୍ୟକ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସୁଫଳ ହୋଇନଥିବା ଅଭିଯୋଗ ହୋଇଛି। ଗତ ନିର୍ବାଚନରେ ବିଜେପି ସରକାର ଟିକସ ଉଚ୍ଛେଦ ପାଇଁ ଇସ୍ତାହାର ଦେଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ପ୍ରତିକାର କରାଯାଇନାହିଁ। ଏହାର ପ୍ରତିବାଦରେ ଓ ସରକାର ବିଭାଗକୁ ଶକ୍ତିଶାଳୀ କରିବାକୁ ଦାବି କରି ମଇ ପହିଲା ଶ୍ରମିକ ଦିବସରୁ ସଂଘ ଆନ୍ଦୋଳନ ଆରମ୍ଭ କରିଥିବା ଦେଖାଯାଇଛି। କୁଚିଣ୍ଡା ଉପଖଣ୍ଡସ୍ଥ କୁଚିଣ୍ଡା, କୁନ୍ତରା, ଜର୍ଡା, ବଡରମା, ଭୋଜପୁର, ଜମନକିରା, ବାମରା ଆଦି ଅଞ୍ଚଳରେ ଫଡି ଗୁଡିକରେ ସାମାଜିକ ଦୂରତା ରଖି ଦସ୍ତଖତ ଅଭିଯାନ ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଓ କଳାବ୍ୟାଚ୍ଚ ପିନ୍ଧି ଥିବା ଦେଖାଯାଇଛି। ଏଦିଗରେ ସରକାର କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ୨୨ଟି ଜିଲାରେ ଆନ୍ଦୋଳନକୁ ଅଧିକ ତୀବ୍ର କରିବ ବୋଲି ଚେତାବନୀ ଦିଆଯାଇଛି। ଏଥିରେ ଡିଭିଜନ ସମ୍ପାଦକ କିର୍ତ୍ତନ ସେନାପତି, ଉପସଭାପତି ଯୋଗବିହାରୀ ପରିଡା, ରାଜ୍ୟ ସମ୍ପାଦକ ମହମଦ ମୂର୍ତ୍ତୂଜା,ରାଜ୍ୟ ସମ୍ପାଦିକା ପଦ୍ମାବତୀ କିସାନ, ମିଲନ ପଲେଇ, ଦୈତାରୀ ନାଏକ ପ୍ରମୁଖ ନେତୃତ୍ୱ ନେଇଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories