mission shakti banner

ଉଦ୍ଧାର ହେଲେ କୁଆଖାଇ ନଦୀକୁ ଡେଇଁଥିବା ମହିଳା

BSKY banner  750×100
0

ଭୁବନେଶ୍ବର: କୁଆଖାଇ ପୋଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଅନେକ ସମୟ ଖୋଜାଖୋଜି କରି ଟଙ୍କପାଣି ରାସ୍ତା ନିକଟ ନଦୀରୁ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଉକ୍ତ ମହିଳାଙ୍କ ନାମ ହେଲେ ସୁମିତ୍ରା ଦାସ ଓ ତାଙ୍କ ଘର ନୟାପଲ୍ଲୀ ଅଞ୍ଚଳରେ ବୋଲି ଜଣାପଡିଛି। ଆଜି ଅପରାହ୍ନରେ ସୁମିତ୍ରା ହଂସପାଳ ନିକଟରେ ଥିବା ବ୍ରିଜ ଉପରେ ଗାଡି ରଖି ହଠାତ୍ ନଦୀକୁ ଡେଇଁ ପଡିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Leave A Reply