କେନାଲ ପାଣି ବନ୍ଦ ପାଇଁ ଧାର୍ଯ୍ୟ ତାରିଖ ବୃଦ୍ଧି ଲାଗି ରାଜ୍ୟ କୃଷକ ସଂଗଠନର ଦାବି
ରେଙ୍ଗାଲିକ୍ୟାମ୍ପ : ସରକାରଙ୍କ ନିର୍ଦ୍ଦେଶରେ ରବିବାରଠାରୁ କେନାଲ ପାଣି ବନ୍ଦ କରାଯିବ ବୋଲି ଘୋଷଣା କରାଯାଇଥିଲା। ଅନ୍ୟ ପକ୍ଷରେ ଓଡ଼ିଶାର ଭାତ ହାଣ୍ଡି ରୂପେ ପରିଚୟ ସୃଷ୍ଟି କରିଥିବା ଅତାବିରା ଅଞ୍ଚଳର ୯୯ ପ୍ରତିଶତ ଚାଷୀ ଧନ ଚାଷ କରୁଛନ୍ତି । ଧାନ ପାଇଁ ଅଧିକ ପାଣିର ଆବଶ୍ୟକ ହୋଇଥାଏ। ଧାନ ବିକ୍ରିରେ ବିଳମ୍ବ ହେତୁ ଅନେକ ଚାଷୀ ଡେରିରେ ତଳି ପକାଇବା ସହ ଧାନ ରୁଆ କାମରେ ମଧ୍ୟ ବିଳମ୍ବ ହୋଇଛି। ଫଳରେ ଏକର ଏକର ଧାନ ଭମିରେ ଏବେ ସୁଦ୍ଧା କେଣ୍ଡା ଭଲ ଭାବେ ବହାରି ପାରିନାହିଁ । ତେଣୁ ସରକାରଙ୍କ ନିର୍ଦ୍ଧାରିତ ସମୟ ଅନୁସାରେ କେନାଲ ପାଣି ବନ୍ଦ ହେଲେ, ସେହି ଧାନ ଆଉ ପାକଳ ହୋଇ ନ ପାରି କେଣ୍ଡାରେ ହିଁ ଶୁଖିଯିବ। ଫଳରେ ଚାଷୀ ମାନେ କ୍ଷତିଗ୍ରସ୍ତ ହେବାର ବହୁତ ସମ୍ଭାବନା ରହିଛି । ତେଣୁ ଆଉ ୧୦-୧୨ ଦିନ କେନାଲ ପାଣି ବନ୍ଦ ନ ହେଲେ ଚାଷୀ ମାନେ ଏହି କ୍ଷତିରୁ ବଞ୍ଚିଯିବେ । ଏହାକୁ ଦୃଷ୍ଟିରେ ରଖି ସରକାର କେନାଲ ପାଣି ବନ୍ଦର ସମୟ ଅବଧି ନଭେମ୍ବର ୧୦ ତାରିଖକୁ ବୃଦ୍ଧି କରିବା ପାଇଁ ରାଜ୍ୟ କୃଷକ ସଂଗଠନର ସଭାପତି ହରଧନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।
Comments are closed.