www.samajalive.in
Sunday, December 14, 2025
16.1 C
Bhubaneswar

ଏପରି ମନ୍ଦିର, ଯେଉଁଠି ପୂଜା ପାଆନ୍ତି ଜାରା ଶବର ସହ ଶରବିଦ୍ଧ ଶ୍ରୀକୃଷ୍ଣ

ଦ୍ୱାପର ଯୁଗର ସବୁଠାରୁ ବଡ ନାୟକ, ସଂସାରକୁ ଗୀତାର ଜ୍ଞାନ ଓ ଜୀବନର ରହସ୍ୟ ବିଷୟରେ କହିଛନ୍ତି ପ୍ରଭୁ ଶ୍ରୀକୃଷ୍ଣ। ଭାରତରେ ଶ୍ରୀକୃଷ୍ଣଙ୍କର ଏପରି ଏକ ଅଦ୍ଭୁତ ମନ୍ଦିର ରହିଛି ଯେଉଁଠି ସେ ମୃତ୍ୟୁ ବରଣ କରିଥିଲେ। ଗୁଜୁରାଟର ସୌରାଷ୍ଟ୍ର ଭାଳକାରେ ଥିବା ସୋମନାଥ ମନ୍ଦିର ଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଶ୍ରୀକୃଷ୍ଣଙ୍କ ଏକ ଅଦ୍ଭୁତ ମନ୍ଦିର ଅଛି। ସେଠାରେ ତାଙ୍କର ଦେହାବସାନ ସମୟର ଏକ ପ୍ରତୀମା ରହିଛି। ଏହି ମନ୍ଦିର ବିଷୟରେ ବହୁତ କମ୍‍ ଲୋକ ଜାଣିଛନ୍ତି।ଏହି ମନ୍ଦିରରେ ଶବର ଶ୍ରୀକୃଷ୍ଣଙ୍କୁ ଶର ମାରି ହାତ ଯୋଡି କ୍ଷମା ପ୍ରାର୍ଥନା କରୁଥିବାର ପ୍ରତିମା ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ସ୍ଥାନରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଦକୁ ହରିଣ ଭାବି ଜାରା ଶବର ଶର ମାରିଥିଲେ। ଶ୍ରୀକୃଷ୍ଣଙ୍କୁ ଶର ମାରି ସାରି ଲୁଚି ପଳାଇବାକୁ ଉଦ୍ୟମ କରୁଥିଲା। କିନ୍ତୁ ଶ୍ରୀକୃଷ୍ଣ ଅନ୍ତର୍ଯ୍ୟାମୀ ଥିଲେ। ସେ ସଂସାରକୁ ନିଜ ଇଚ୍ଛାରେ ଚଲାଉଥିଲେ। କିନ୍ତୁ ସେ ନିଜେ ମଧ୍ୟ ଜାଣିଥିଲେ ଯେ, ତାଙ୍କ ବିୟୋଗ ଜଣେ ଶବର ଦ୍ୱାରା ହେବ। ତେଣୁ ଜାରା ଶବର ଶର ମାରିବା ସତ୍ତ୍ବେ କୃଷ୍ଣ ତାଙ୍କୁ କ୍ଷମା କରି ଦେଇଥିଲେ।ଶର ଦ୍ୱାରା ଆଘାତ ହେବା ସତ୍ତ୍ବେ ଭଗବାନ କୃଷ୍ଣ ଭାଲକା ଠାରୁ ଅଳ୍ପ ଦୂର ହିରଣ ନଦୀ କୂଳରେ ପହଞ୍ଚି ଥିଲେ। ହିରଣ ନଦୀ ସୋମନାଥ ଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଅବସ୍ଥିତ। କୁହାଯାଇଛି ଯେ, ସେଠାରେ ଶ୍ରୀକୃଷ୍ଣ ପଞ୍ଚତତ୍ତ୍ୱରେ ବିଲୀନ ହୋଇ ଯାଇଥିଲେ। ସେହି ଠାରୁ ହିଁ ଭଗବାନ ବୈକୁଣ୍ଠପୁରକୁ ଚାଲି ଯାଇଥିଲେ। କିନ୍ତୁ ଏବେ ମଧ୍ୟ ହିରଣ ନଦୀରେ ଭଗବାନ ଶ୍ରୀକୃଷ୍ଣଙ୍କର ପାଦ ଚିହ୍ନ ରହିଥିବାର ଦେଖାଯାଏ। ଏହି ସ୍ଥାନ ଭାରତରେ ଦେହୋତ୍ସର୍ଗ ତୀର୍ଥ ନାମରେ ପ୍ରସିଦ୍ଧ।କିନ୍ତୁ ଯେଉଁ ସ୍ଥାନରେ ଶ୍ରୀକୃଷ୍ଣଙ୍କୁ ଶବର ହରିଣ ଭାବି ଶର ମାରିଥିଲା ତାହା ମଧ୍ୟ ଖୁବ୍‍ ପ୍ରସିଦ୍ଧ ଅଟେ। ଶ୍ରୀକୃଷ୍ଣଙ୍କ ଶେଷ ଦିନର ମୂକ ସାକ୍ଷୀ ଭାବେ ପରିଚିତ ଭାଳକା ତୀର୍ଥ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ପବିତ୍ର ସ୍ଥଳୀ ରୂପେ ପରିଚିତ। ଏଠାରେ ଭକ୍ତଙ୍କର ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଭାରତର ଅନେକ ତୀର୍ଥ ସ୍ଥାନରୁ ଭକ୍ତମାନେ ଏହି ମନ୍ଦିରକୁ ଆସିଥାନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories