www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରଭୁ ହନୁମାନଙ୍କ ମୁଖ୍ୟ ମନ୍ଦିର

ଅଯୋଧ୍ୟାକୁ ଭଗବାନ ଶ୍ରୀରାମଙ୍କ ନଗରୀ ବୋଲି କୁହାଯାଏ। ମାନ୍ୟତା ରହିଛି ଯେ ଏଠାରେ ପ୍ରଭୁ ହନୁମାନ ସର୍ବଦା ବିରାଜମାନ କରିଥାଆନ୍ତି।
ହନୁମାନ ଗଦୀ ଶ୍ରୀ ହନୁମାନଙ୍କ ମନ୍ଦିର ମାନଙ୍କ ମଧ୍ୟରୁ ମୁଖ୍ୟ ଅଟେ। ଏହା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୧୦୦ କିଲୋମିଟର ଦୂର ସୀତାପୁର ଜିଲାରେ ଅଯୋଧ୍ୟା ନିକଟରେ ଅବସ୍ଥିତ। ଏଠାରେ ହନୁମାନଙ୍କର ଲାଲ ରଙ୍ଗର ମୂର୍ତ୍ତି ରହିଛି।
ଏଠାରେ ପ୍ରଥମେ ହନୁମାନଙ୍କୁ ଦର୍ଶନ କରିବାର କାରଣ …..
ଶାସ୍ତ୍ରରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀରାମ ଲଙ୍କାରୁ ବିଜୟ ଲାଭ କରି ଅଯୋଧ୍ୟାକୁ ଫେରି ଆସିବା ପରେ ତାଙ୍କର ପ୍ରିୟ ଭକ୍ତ ହନୁମାନଙ୍କୁ ରହିବା ନିମନ୍ତେ ଏଠାରେ ସ୍ଥାନ ଦେଇଥିଲେ ଏବଂ ଆଶୀର୍ବାଦ ଦେଇଥିଲେ , ଯେଉଁ ଭକ୍ତ ମାନେ ମତେ ଦର୍ଶନ କରିବାକୁ ଆସିବେ ପ୍ରଥମେ ତୁମକୁ ଦର୍ଶନ କରିବେ। ତେଣୁ ପ୍ରଥମେ ଏଠାରେ ହନୁମାନଙ୍କୁ ଦର୍ଶନ କରାଯାଏ।
ମନ୍ଦିରର ବିଶେଷତ୍ୱ ….
ଏହି ମନ୍ଦିରରେ ଦକ୍ଷିଣ ମୁଖୀ ହନୁମାନଙ୍କ ମୂର୍ତ୍ତି ରହିଛି । ଏହା ସର୍ବଦା ପୁଷ୍ପରେ ଶୋଭିତ ହୋଇ ରହିଥାଏ। ଏଠାରେ ହନୁମାନଙ୍କୁ ପୂଜା କଲେ ସମସ୍ତ ଗ୍ରହ ଶାନ୍ତି ହେବା ସହ ବହୁ ପୁଣ୍ୟ ମିଳିଥାଏ। ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ଗମନାଗମନ ଦୃଷ୍ଟିରୁ …..
ଅଯୋଧ୍ୟା ଠାରୁ ଲକ୍ଷ୍ନୌ , ବାରଣାସୀ , ଗୋରଖପୁର ,ଆଲ୍ଲାବାଦ , ଦିଲ୍ଲୀ ନିକଟତମ ସ୍ଥାନ ଅଟେ। ଏହି ସମସ୍ତ ସ୍ଥାନକୁ ରେଳ ଓ ବିମାନ ସୁବିଧା ରହିଛି । ସେଠାରୁ ସୁବିଧାରେ ହନୁମାନ ଗଦୀ ଯାଇପାରିବେ।
ନିକଟତମ ବିମାନବନ୍ଦର ହେଉଛି ଲକ୍ଷ୍ନୌ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories