www.samajalive.in
Sunday, December 14, 2025
26.1 C
Bhubaneswar

ବିମାନ ଯାତ୍ରା: ତୃତୀୟ ସ୍ଥାନରେ ଭାରତୀୟ

ନୂଆଦିଲ୍ଲୀ : ୨୦୧୭ରେ ବିମାନରେ ଯାତ୍ରା କରୁଥିବା ସର୍ବାଧିକ ଲୋକଙ୍କ ମଧ୍ୟରେ ଭାରତୀୟ ତୃତୀୟ ସ୍ଥାନରେ ଅଛନ୍ତି। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) ପକ୍ଷରୁ ଗୁରୁବାର ପ୍ରକାଶିତ ରିପୋର୍ଟରେ ଜାତୀୟତା ଭିତ୍ତିରେ ବିମାନ ଯାତ୍ରୀଙ୍କ ଏକ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ସର୍ବାଧିକ ବିମାନ ଯାତ୍ରା କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ଅଛନ୍ତି। ରିପୋର୍ଟ ଅନୁସାରେ ୨୦୧୭ରେ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ବିମାନରେ ୪୦୦ କୋଟି ଲୋକ ଯାତ୍ରା କରିଥିଲେ। ସେଥିମଧ୍ୟରୁ ସର୍ବାଧିକ ୬୩.୨ କୋଟି ଆମେରିକୀୟ ବିମାନରେ ଯାତ୍ରା କରିଥିବା ବେଳେ ୫୫.୫ କୋଟି ଚୀନବାସୀ , ୧୬.୧ କୋଟି ଭାରତୀୟ, ୧୪.୭ କାଟି ବ୍ରିଟିଶ ଏବଂ ୧୧.୪ କୋଟି ଜର୍ମାନୀ ନାଗରିକ ବିମାନରେ ଯାତ୍ରା କରିଛନ୍ତି। ତେବେ ଭାରତରେ ଆଞ୍ଚଳିକ ବିମାନ ସେବାରେ ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୧୭ରେ ଆଞ୍ଚଳିକ ବିମାନ ଯାତ୍ରୀଙ୍କ ସଂଖ୍ୟା ୧୭.୬% ଏବଂ ଜୁଲାଇ ୧୮.୩% ବୃଦ୍ଧି ପାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories