www.samajalive.in
Sunday, December 14, 2025
19.1 C
Bhubaneswar

କୋଟିଆରେ ସବୁ ଦଳ ଫେଲ୍‌, ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ବିଜୟୀ

ପଟ୍ଟାଙ୍ଗି: କୋଟିଆକୁ ନେଇ ସର୍ବଦଳୀୟ ନେତାଙ୍କ ଯୋଜନା ଫେଲ ମାରିଛି। ପଟାଙ୍ଗି ଏକ ନମ୍ବର ଜିଲାପରିଷଦ ଜୋନରେ ସର୍ବଦଳୀୟ ନେତା ଜଣେ ପ୍ରାର୍ଥୀଙ୍କୁ ବାଛିଥିବାବେଳେ ତାଙ୍କୁ ପରାସ୍ତ କରି ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ୩୫୦୦ରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହେବା ଘଟଣା ସର୍ବଦଳୀୟ ନେତାଙ୍କ ପାଇଁ ଶକ୍ତ ଆହ୍ବାନ ହୋଇଛି।

କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗି ବ୍ଲକର ଜିଲାପରିଷଦ ଜୋନ୍ ନଂ ୧ରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସହ ଜଣେ ସର୍ବଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ରହିଥିଲା। ବ୍ଲକର ଏହି ଜୋନରେ କୋଟିଆ, ମାଳିପୁଟ, ଦେଓପଟାଙ୍ଗି, ପଟ୍ଟାଙ୍ଗି, ଗାଙ୍ଗରାଜପୁର, ନୂଆଗାଁ ଓ ପୁକାଲି ପଞ୍ଚାୟତକୁ ସାମିଲ କରାଯାଇଥିବାବେଳେ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗ୍ରାମପୁଞ୍ଜ ବିବାଦ ଘେରରେ ରହିଥିବା ଯୋଗୁଁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ବିବାଦୀୟ ଅଞ୍ଚଳରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ଜାରି ରହିଛି। ଏହାକୁ ଆୟୁଧ୍ୟ କରି ଜିଲାର କଂଗ୍ରେସ, ବିଜେପି ଓ ବିଜେଡ଼ି ତିନି ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦଙ୍କ ନିଷ୍ପତ୍ତି କ୍ରମେ ସର୍ବଦଳୀୟ ପ୍ରାର୍ଥୀ ଭାବେ ଥୁରିଆ ଗ୍ରାମ ନିବାସୀ ମମତା ଜାନୀଙ୍କୁ ପ୍ରାର୍ଥୀ କରିଥିଲେ। କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ସିପାଇପୁଟ ଗ୍ରାମ ନିବାସୀ ଟିକାଇ ଗେମେଲ୍ ପ୍ରାର୍ଥିପତ୍ର ଦାଖଲ କରିଥିଲେ, କିନ୍ତୁ ସର୍ଦଦଳୀୟ ନେତୃବୃନ୍ଦଙ୍କ ନିଷ୍ପତ୍ତିକ୍ରମେ କୋଟିଆ ପଞ୍ଚାୟତର ବୃହତ୍ତର ସ୍ବାର୍ଥକୁ ଆଖ୍ୟା ଦେଇ କଂଗ୍ରେସ ନିଜର ଦଳୀୟ ଟିକେଟ ପ୍ରତ୍ୟାହାର କରି ନେବା ପରେ ଟିକାଇ ଗେମେଲ ନିଜ ଜିଦରେ ଅଟଳ ରହି ନିର୍ବାଚନ ଲଢିଥିଲେ।‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌

- Advertisement -

ସର୍ବଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଜେଡି ଜିଲା ସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ବିଧାୟକ ପ୍ରିତମ ପାଢି, କୋରାପୁଟ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ପୂର୍ବତନ ସାଂସଦ ତଥା ବିଜେପି ବରିଷ୍ଠ ନେତା ଜୟରାମ ପାଙ୍ଗି ପ୍ରମୁଖ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ୍ ଗ୍ରାମର ମହିଳା ସ୍ବୟଂସହାୟକ ଗୋଷ୍ଠୀର କିଛି ମହିଳା ଓ କିଛି ସହଯୋଗୀଙ୍କ ସାହାରାରେ ଗାଁ ଗାଁ ଘରେ ଘରେ ପହଞ୍ଚି ଭୋଟ ଭିକ୍ଷା କରିଥିଲେ।

ସର୍ବଦଳୀୟ ପ୍ରାର୍ଥୀଙ୍କ ପାଇଁ ଜିଲାର ତିନି ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦ ସାହାରା ପାଲଟିଥିଲେ ହେଁ ତାଙ୍କ ସପକ୍ଷରେ ଜନମତ ଯାଇନାହିଁ। ଟିକାଇଙ୍କ ସପକ୍ଷରେ ୧୦୩୫୪ଜଣ ମତ ସାବ୍ୟସ୍ତ କରିଥିବାବେଳେ ମମତା ଜାନୀ ମାତ୍ର ୬୬୫୪ ଭୋଟ ପାଇଥିବାରୁ ଟିକାଇ ୩୭୦୦ ଅଧିକ ଭୋଟ ପାଇ ବୃହତ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories