ଶେଷ ହେବ ୬୫ ବର୍ଷ ଧରି ଚାଲିଥିବା କୋରିଆ ଯୁଦ୍ଧ

0

ସିଓଲ: ୬୫ ବର୍ଷ ଧରି ଚାଲଥିବା କୋରିଆ ଯୁଦ୍ଧ ଶେଷ ହୋଇଛି । ଏହାକୁ ଶେଷ କରିବେ ବୋଲି ଉଭୟ ରାଷ୍ଟ୍ରର ମୁଖ୍ୟ  ରାଜି ହୋଇଛନ୍ତି ।  ଶୁକ୍ରବାରରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜୋଙ୍ଗ ଉନ୍‌ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌-ଜାଇ-ଇନ୍‌ଙ୍କ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । କୋରିଆ ଉପ ମହାଦ୍ୱୀପକୁ ସମ୍ପୂର୍ଣ୍ଣ ଭାବେ ପରମାଣୁ ଅସ୍ତ୍ର ବିହୀନ କରିବା ପାଇଁ ଉଭୟ ରାଷ୍ଟ୍ର ରାଜି ହୋଇଛନ୍ତି ।

କୋରିଆ ଦୁଇ ଭାଗ ହେବାପରେ ପ୍ରଥମ ଥର ପାଇଁ ଏପରି ଐତିହାସିକ ବୁଝାମଣା ସ୍ୱାକ୍ଷରିତ ହୋଇଛି ।  କୋରିଆ ଭୂଖଣ୍ଡରେ ସ୍ଥାୟୀ ଭାବେ ଶାନ୍ତି ସ୍ଥାପନ ପାଇଁ ଭଭୟ ଚେଷ୍ଟା କେରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଦୁଇ ଦେଶ ସୀମାରେ ସୈନ୍ୟ ଶକ୍ତି ହ୍ରାସ କରିବା ସହ ସମ୍ପର୍କରେ ଉନ୍ନତି ପାଇଁ କାମ  କରିବେ ବୋଲି ରାଜି ହୋଇଛନ୍ତି । ମେ ମାସରେ ଭଭୟ ଦେଶର ସେନା ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବ । ଏହାସହ କେଇସୋଙ୍ଗରେ ଏକ ସଂଯୁକ୍ତ  କାର୍ଯ୍ୟାଳୟ ସ୍ଥାପନ କରାଯିବ । କୋରିଆର ମିଶ୍ରଣ ପାଇଁ ଉଦ୍ୟମ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

Leave A Reply