ଘର ଭିତରୁ ଗୋଟିଏ ପରିବାର ୩ ମୃତଦେହ ଉଦ୍ଧାର
ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ
କୋରାପୁଟ: ଘର ଭିତରୁ ପରିବାରର ୩ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଓ ଛୋଟ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।
କୋରାପୁଟର ଲକ୍ଷ୍ମୀପୁର ବ୍ଲକ ତୋୟାପୁଟରେ ଅଭାବନୀୟ ଘଟଣା। ବାପାର ମୃତଦେହ ରଶି ଲାଗି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ମା’ର ମୃତଦେହ ସୋଫଡ଼ା ଉପରୁ ଏବଂ ଛୁଆର ମୃତଦେହ ସୋଫାତଳୁ ଉଦ୍ଧାର କରାଯାଇଛି। ଖବରପାଇ ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଲକ୍ଷ୍ମୀପୁର ଥାନା ତୋୟାପୁଟରେ। ଗୋଟିଏ ଘରୁ ମିଳିଛି ସ୍ୱାମୀ, ସ୍ତ୍ରୀ ଏବଂ ଛୁଆର ମୃତଦେହ। ସ୍ୱାମୀ ଲିଙ୍ଗା ବିଷୋଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ପାଖରେ ଥିବା ସୋଫାରୁ ସ୍ତ୍ରୀଙ୍କ ମୃତଦେହ ମିଳିଛି। ଛୋଟ ଛୁଆର ମରଶରୀର ସୋଫା ତଳେ ପଡ଼ି ରହିଛି।
ଏହା ସୁଚିନ୍ତିତ ହତ୍ୟା ଘଟଣା ନା ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ। କେମିତି ଏଭଳି ଘଟଣା ଘଟିଲା ଏବଂ କେତେବେଳେ ଘଟିଲା ସେନେଇ ଲକ୍ଷ୍ମୀପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.