www.samajalive.in
Sunday, December 7, 2025
15.1 C
Bhubaneswar

କୋରାପୁଟ ଯୁବକ ହେବେ ବିକଶିତ ଓଡ଼ିଶାର ସିପାହି: କେନ୍ଦ୍ରମନ୍ତ୍ରୀ

ଜୟପୁର : କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପରେ କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହୋଇଛି। ଆଜି ଅସ୍ଥାୟୀ କୋଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍‌ଘାଟନ ହୋଇଛି। ଏଥିସହ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଥିବା ନୂତନ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କୋରାପୁଟ ଜିଲାରେ ପାଖାପାଖି ୯୦ ପିଏମଶ୍ରୀ ବିଦ୍ୟାଳୟ ସ୍ଥାପନ କରାଯିବ। କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକ ପ୍ରୟୋଗଶାଳା ଭାବେ ଉଭା ହେବାକୁ ଯାଉଛି। ଆସନ୍ତା ଶିକ୍ଷାବର୍ଷରୁ ଏହି ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଏଆଇ ଭଳି ଅନେକ ବିଭାଗର ପାଠ୍ୟକ୍ରମ ଆରମ୍ଭ କରାଯିବ। ବିକଶିତ ଓଡ଼ିଶା ଗଠନ କରିବାକୁ ହେଲେ ଅବିଭକ୍ତ କୋରାପୁଟ ଜିଲାକୁ ବିକଶିତ କରିବାକୁ ପଡ଼ିବ। କୋରାପୁଟ ଯୁବକମାନେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ବିକଶିତ ଓଡ଼ିଶା ଏବଂ ଭାରତର ସିପାହି ହେବେ ବୋଲି ଜୟପୁର ବିକ୍ରମଦେବ କଲେଜରେ ଆୟୋଜିତ ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି।
ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ବିଜେପି ନେତା ଗୌତମ ସାମନ୍ତରାୟ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କରିଥିବା ଅନୁରୋଧ ଆଜି ସାକାର ହୋଇଛି ବୋଲି ସେ କହିଥିଲେ। ଜୟପୁର-ମାଲକାନଗିରି ବାଇପାସ ପାର୍ଶ୍ବରେ ୮ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ସ୍ଥାୟୀ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ବୋଲି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ଆୟୋଜିତ ସଭାରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କେନ୍ଦ୍ର ଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଏବଂ ଜିଲାପାଳ ଭି .କୀର୍ତ୍ତିଭାସନ ପ୍ରମୁଖ ମଞ୍ଚାସୀନ ଥିଲେ।
ଆଗାମୀ ଦିନରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିବ। ପିଏମ ଉଷା ଯୋଜନାରେ ଜୟପୁର ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆହୁରି ୫୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି। ପ୍ରତି ବ୍ଲକରେ ସ୍ପୋର୍ଟ୍ସ କ​‌େ​‌ମ୍ପ୍ଲକ୍ସ କରାଯିବ। କ୍ରୀଡ଼ ଭିତ୍ତିଭୂମି ବିକାଶ ପାଇଁ କୋରାପୁଟ ଜିଲାର ପ୍ରତି ବ୍ଲକକୁ ପ୍ରାୟ ୧୫ କୋଟି ଟଙ୍କା ପ୍ରଦାନ ସହ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।
କୋରାପୁଟ ଜିଲାକୁ ଶିକ୍ଷା କ୍ଷେତ୍ରରେ ଆଗୋଇ ନେଲେ ତାହା ଆସନ୍ତା ଦିନରେ ବିକଶିତ ଓଡ଼ିଶା ଗଠନ କରିବାରେ ସହାୟକ ହୋଇ ପାରିବ ବୋଲି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି। ୪୫ ହଜାର ଗ୍ରାମୀଣ ସ୍କୁଲରେ ଆମ ସରକାର ଶିଶୁବାଟିକା ଖୋଲିଛନ୍ତି। ପ୍ରତି ପଞ୍ଚାୟତରେ ଶିଶୁ ସେବିକା ନିଯୁକ୍ତି ପାଇବେ। ସେଥି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories