କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଲେ କୋରାପୁଟ ସାଂସଦ

କୋରାପୁଟ : କୋରାପୁଟ ସାଂସଦ ସପ୍ତଗିରି ଉଲାକା ଗୁରୁବାର କୁନ୍ଦୁଲି ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର ଳୋକଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ସେ ପୀଡ଼ିତାଙ୍କ ମାଆ ଏବଂ ଗ୍ରାମବାସୀଙ୍କଠାରୁ ଘଟଣା ଏବଂ ତଦନ୍ତ ଅଗ୍ରଗତି ବିଷୟରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ। ପୀଡ଼ିତାଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ସହ କଥା ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବେ ଏବଂ ସଂସଦରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ପୀଡ଼ିତା ଓ ତାଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ବୋଲି ଉଲାକା କହିଛନ୍ତି। ଏହି ସମୟରେ ତାଙ୍କ ସହ ଜିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ, ପଟାଙ୍ଗୀର ପୂର୍ବତନ ବିଧାୟକ ରାମ କାଡ଼ାମ ଏବଂ ଅନ୍ୟାନ୍ୟ ଦଳୀୟ କର୍ମୀ ସାମିଲ ଥିଲେ।

prayash

ଉଲ୍ଲେଖଯୋଗ୍ୟ, କୁନ୍ଦୁଲି ଘଟଣାର ତଦନ୍ତ କରୁଥିବା କମିଶନ ବିଧାନସଭା ଗୃହରେ ରିପୋର୍ଟ ଉପସ୍ଥାପନା କରିବା ପରେ ପ୍ରଥମ କରି ନବନିର୍ବାଚିତ କଂଗ୍ରେସ ସାଂସଦ ପୀଡ଼ିତାଙ୍କ ଗ୍ରାମକୁ ଗସ୍ତ କରି ତାଙ୍କ ମାଆ ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ। ଏହାସହିତ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ପରିବାର ଲୋକଙ୍କ କହିବାନୁଯାୟୀ ଏହି ଘଟଣାରେ କମିଶନ ଠିକ୍‍ ଭାବେ ତଦନ୍ତ କରିନାହିଁ।

Comments are closed.