www.samajalive.in
Saturday, December 6, 2025
15.1 C
Bhubaneswar

କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା

କୋଣାର୍କ : ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆୟୋଜିତ ହେଉଥିବା ୨୯ତମ କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କେଏସ ଜାଭେରୀ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ରଵିନାରାୟଣ ସେନାପତି, ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଚତୁର୍ଥ ସଂଧ୍ୟାର ପ୍ରଥମାର୍ଦ୍ଧରେ ଉପସ୍ଥାପିତ ହୋଇଥିଲା ଶାସ୍ତ୍ରୀୟ ସତ୍ରିୟା । ଵୈଷ୍ଠମ ଚେତନାର ପୃଷ୍ଠ ଭୂମି ଉପରେ ଅନ୍ୟେଷା ମହନ୍ତ ଓ ସାଥି କଳାକାରମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଗାୟନ ବାୟନ ଯାହାକି ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଏହାପରେ କଳାକାରମାନେ ଆବାହନୀ ନୃତ୍ୟ ବନ୍ଦନାରେ ଶ୍ରୀ ଜଗନ୍ନାଥ ସ୍ତୁତି ଓ ଶୁଦ୍ଧ ନୃତ୍ୟ ରାମଦାନୀରେ ଲାସ୍ୟ ଵିମୋହନର ସମନ୍ୱୟକୁ ପରଶିଥିଲେ ଶିଳ୍ପୀଗଣ। ଏହି ନୃତ୍ୟର ଅନ୍ତିମ ପର୍ୟ୍ୟାୟରେ ନୃତ୍ୟ ଶିଳ୍ପୀମାନେ ଭାଗଵତ ପୁରାଣ ଉପରେ ଆଧାରିତ ଭକ୍ତି ତତ୍ତ୍ବ ଉପରେ ଆଧାରିତ ଭାଗଵତ ଦଶ ଲକ୍ଷଣ। ଯାହା କି ପର୍ଯ୍ୟଟକମାନଙ୍କ ମଧ୍ୟରେ ଭକ୍ତି ଭାବର ମାର୍ମିକତାର ପରିଚୟକୁ ପରିପ୍ରକାଶ କରିଥିଲା। ଏହି ସଂଧ୍ୟାର ଦ୍ଵିତୀୟ ପର୍ଯ୍ୟାୟରେ ଭୁବନେଶ୍ବର ଆର୍ଟ ଭିଜନର ଶିଳ୍ପୀମାନେ ପରଶିଥିଲେ ସଚେତନତା ଧର୍ମୀ ନୃତ୍ୟ ସଂରଚନି ରିଫ୍ୟୁଜି। ଶିଳ୍ପୀମାନେ ଵଦଳି ଯାଇଥିବା ପୃଥିବୀରେ ହିଂସା, ଘୃଣା ଵିଦ୍ୟେଷ ଓ ଧର୍ମାଧ୍ଧତାର ଶିକାର ହେଉଥିବା ଅସହାୟ ଓ ନୀରିହ ଜନସାଧାରଣ ଠିକଣା ଓ ଆଶ୍ରୟ ଖୋଜୁଥିଵାର ନିଛକ ଚିତ୍ରକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ଏହି ଚତୁର୍ଥ ସଂଧ୍ୟାର କାର୍ୟ୍ୟକ୍ରମକୁ ଅଧ୍ୟାପକ ଡଃ ମୃତ୍ୟୁଜଂୟ ରଥ ଓ ଡଃ ସାଧନା ଶ୍ରୀବାସ୍ତବ ମଂଚ ସଂଯୋଜନା କରିଥିଲେ । ଏହି କାର୍ୟ୍ୟକ୍ରମକୁ ପର୍ୟ୍ୟଟନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଉପ୍ତଳ କୁମାର ପତି, ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଚିବ ଡାଃ ଵିଜୟ କୁମାର ଜେନା, କୋଣାର୍କ ପର୍ୟ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ପର୍ୟ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସୁଶାନ୍ତ ପାଣିଗ୍ରାହୀ।ଏହି ପରିପ୍ରେକ୍ଷୀରେ କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ଠାରେ ଆନ୍ତର୍ଜାତିକ କଳା ପ୍ରଦର୍ଶନ ରେ ଶିଳ୍ପୀମାନେ ଵାଲୁକା କଳା ରେ ମହିଳା ସଶକ୍ତିକରଣର ସଚେତନତାର ବାର୍ତା ସିଞ୍ଚନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories