କଲକାତାରୁ ୟୁରାନିୟମ ଜବତ୍: ୫ଗିରଫ
କଲକାତା: ପରମାଣୁ ଯୁଦ୍ଧାସ୍ତ୍ରରେ ବ୍ୟବହୃତ ୟୁରାନିୟମ ଚୋରା ଚାଲାଣ ଅଭିଯୋଗରେ କଲକାତା ପୁଲିସ ୫ଜଣଙ୍କୁ ଗିରଫ କରିଛି। ୧କିଲୋ ଓଜନ ବିଶିଷ୍ଟ ଏହି ୟୁରାନିୟମଙ୍କ ବଜାର ମୂଲ୍ୟ ୩କୋଟିରୁ ଊଦ୍ଧ୍ୱର୍ ବୋଲି ଜଣାପଡ଼ିଛି। ୟୁରାନିୟମ ପରମାଣୁ ଯୁଦ୍ଧାସ୍ତ୍ରରେ ବ୍ୟବହୃତ ହେବା ସହ କର୍କଟ ରୋଗ ନିରାକରଣରେ ମଧ୍ୟ ବ୍ୟବହୃତ ହୋଇଥାଏ। ଫଳରେ ଏତେ ପରିମାଣର ୟୁରାନିୟମ ଚୋରା ଚାଲାଣକାରୀ କେଉଁଠାରୁ ଆଣିଲେ ଏହାକୁ ନେଇ କଲକାତା ପୁଲିସ ତଦନ୍ତ ଆରମ୍ଭ କରିଛି। ଏକ ପଲିଥିନ ବ୍ୟାଗରେ ସିଲ ଥିବା ହଳଦିଆ ଗୁଣ୍ଡ ୟୁରାନିୟମ ବୋଲି ପୁଲିସ ଚିହ୍ନଟ କରିଛି। ଉକ୍ତ ଘଟଣାରେ ଗିରଫ ହୋଇଥିବା ବସନ୍ତ ସିଂହ, ଜାବେଦ ମିଆଦାଦ୍, ସେକ ମୁଗଲ, ୟୁନୁଫ ବିଶ୍ଵାସ ଓ ଶାହଜାହା ମୋଡ଼ଲ ମଧ୍ୟ କଲକାତାର ଏକ ଘରେ ଏକାଠି ରହୁଥିଲେ। ଜାବେଦ ମିଆଁଦଦ ବୀରଭୂମ ଜିଲା ନିବାସୀ ହୋଇଥିବାବେଳେ ମୁଗଲଙ୍କ ଘର ପୂର୍ବ ମିଦନାପୁର ଓ ଶାହଜାହାଙ୍କ ଘର ଉତ୍ତର ୨୪ପରଗନା ଅଟେ। ସେହିପରି ୟୁନୁସ ଓ ବସନ୍ତ ମୁର୍ସିଦାବାଦ ଜିଲା ନିବାସୀ। ଜବତ୍ ସାମଗ୍ରୀକୁ ବିଶ୍ନେଷଣ କରିବାକୁ କେନ୍ଦ୍ର ଫରେନସିକ ଲ୍ୟାବକୁ ପଠାଇଛି ପୁଲିସ। ଏହା ବ୍ୟତୀତ ବନ ବିଭାଗରେ ମିଥ୍ୟା ନିଯୁକ୍ତି ମତ୍ରକୁ ମଧ୍ୟ ପୁଲିସ ଗିରଫ କରିଛି। ୫ଜଣଙ୍କୁ ଅଧିକ ପଚରାଉଚତା କରିବାକୁ ୫ଜଣଙ୍କୁ ୨ସପ୍ତାହ ପାଇଁ ରିଣ୍ଡରେ ନେଇଛି।