Patra electronics

ପଶ୍ଚିମବଙ୍ଗରେ ୫ ସିବିଆଇ ଅଧିକାରୀ ଅଟକ, କମିଶନରଙ୍କୁ ବଞ୍ଚାଇବା ପାଇଁ ମମତାଙ୍କ ପ୍ରାଣମୂର୍ଚ୍ଚା ଉଦ୍ୟମ

0

କଲକାତା : ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ଫସିଥିବା କଲକାତା ପୁଲିସ୍‍ କମିଶନର ରାଜୀବ କୁମାରଙ୍କୁ ବଞ୍ଚାଇବା ପାଇଁ ମମତାଙ୍କ ତୃଣମୂଳ କଂଗ୍ରେସ ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ରବିବାର କଲକାତା ପୁଲିସ୍‍ କମିଶନରଙ୍କୁ ପଚରାଉଚୁରା ପାଇଁ ଯାଇଥିବା ସିବିଆଇ ଦଳକୁ ପଶ୍ଚିମବଙ୍ଗ ପୁଲିସ୍‍ ଦୀର୍ଘ ସମୟ ଅଟକ ରଖିବା ପରେ ରାତି ୯ଟାରେ ଛାଡିଛି । ପ୍ରଥମେ ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ୍‍ ଅଧିକାରୀ ସିବିଆଇ ଅଧିକାରୀଙ୍କ ସହ ଧସ୍ତାଧସ୍ତି କରିଥିଲେ ଓ ପୁଲିସ୍‍ ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ । ସେଠାରେ ୫ ପୁଲିସ୍ ଅଧିକାରୀଙ୍କୁ ଗିରଫ କରାଯାଇଛି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ୍‍ କମିଶନରଙ୍କ ଘରେ ପହଞ୍ଚି ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସ୍‍ କମିଶନରଙ୍କ ଘର ନିକଟକୁ ଯିବାକୁ ଦିଆଯାଉନାହିଁ। କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ୍‍ କମିଶନରଙ୍କ ଘରକୁ ପଶ୍ଚିମବଙ୍ଗର ପୁଲିସ୍‍ ଅଧିକାରୀମାନେ ଘେରାଉ କରି ରଖିଛନ୍ତି। ଏହାସହ କଳକତାରେ ଥିବା ସିବିଆଇର ଦୁଇଟି କାର୍ଯ୍ୟାଳୟକୁ ପଶ୍ଚିମବଙ୍ଗ ପୁଲିସ୍‍ ଘେରାଉ କରି ଏକପ୍ରକାର ସିଲ୍‍ କରିଦେଇଛି।
ଦିଲ୍ଲୀ ସିବିଆଇ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ସାରଦା ଚିଟଫଣ୍ଡ ମାମଲାରେ ଗତ ଅଗଷ୍ଟ ମାସରୁ କଲକାତା ପୁଲିସ୍‍ କମିଶନରଙ୍କୁ ସମନ୍‍ ଜାରି କରାଯାଇଥିଲା। ବାରମ୍ବାର ସମନ୍‍ ଜାରି ସତ୍ତ୍ବେ ପୁଲିସ୍‍ କମିଶନର ରାଜୀବ କୁମାର କୌଣସି ଉତ୍ତର ଦେଇନଥିଲେ କି ସିବିଆଇ କାର୍ଯ୍ୟାଳୟକୁ ଯାଇନଥିଲେ। ଫଳରେ ସିବିଆଇ ରବିବାର ରାତିରେ ରାଜୀବ କୁମାରଙ୍କୁ ପଚରାଉଚୁରା ପାଇଁ ତାଙ୍କ ଘରେ ପହଞ୍ଚିଥିଲା।

Leave A Reply