ଜାତୀୟ ମାନବାଧିକାରର ଦ୍ବିତୀୟ ଥର ନୋଟିସ ଜାରି, ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ତାଗିଦ
କୋକସରା: ଗତ ୨୦୨୨ ମସିହା ଜୁଲାଇ ୦୧ ତାରିଖ ରଥ ଯାତ୍ରା ଦିନ ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ଼ ଗାଁର ଆଦିବାସୀ ମହିଳା କିଆ ମଝିଙ୍କର ପୁଲିସ ଗାଡି ଧକ୍କା ମୃତ୍ୟୁ ଘଟଣାରେ କଳାହାଣ୍ଡି ଏସପି ମାନବାଧିକାର କିମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରିନାହାନ୍ତି। ଏଥିରେ ଜାତୀୟ ମାନବାଧିକାର କମିଶନ କ୍ଷୁବ୍ଧ ହୋଇ ଦ୍ବିତୀୟ ଥର ନୋଟିସ ଜାରି ସହ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ତାଗିଦ କରିଛନ୍ତି । ରିପୋର୍ଟ ଦାଖଲ ନହେଲେ ମାନବାଧିକାର ସୁରକ୍ଷା ଆଇନର ଧାରା ୧୩ ଅନୁଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ମଧ୍ୟ ଚେତାଇ ଦେଇଛନ୍ତି।
ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଆଗତ ମାମଲାରେ ଶୁଣାଣି କରି ଗତ ୩୦ ଡିସେମ୍ବର ୨୦୨୨ରେ ପ୍ରଥମ ଥର ପାଇଁ ନୋଟିସ ଜାରି କରି କମିଶନ ୪ ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଥିଲେ। କିନ୍ତୁ କଳାହାଣ୍ଡି ଏସପି ରିପୋର୍ଟ ଦାଖଲ କରିନଥିବାରୁ ଚୂଡାନ୍ତ ନୋଟିସ ୧୬ ମାର୍ଚ୍ଚ ୨୦୨୩ରେ ଜାରି ହୋଇଛି। ଏଥି ସହିତ ପୁଲିସ ମହାନିର୍ଦେଶକଙ୍କୁ ମଧ୍ୟ କମିଶନ ସୂଚନା ଦେଇ ଚେତାଇ ଦେଇଛନ୍ତି ଯେ ଏହାର ତଦାରଖ କରି ଠିକ ସମୟରେ ରିପୋର୍ଟ ଦାଖଲ ସମ୍ବନ୍ଧରେ ପଦକ୍ଷେପ ନେବେ।
Comments are closed.