www.samajalive.in
Sunday, December 14, 2025
17.1 C
Bhubaneswar

ବୁମ୍‌ରାଙ୍କ ୫ ୱିକେଟ​ ନିଷ୍ଫଳ ;​‌ ମୁମ୍ବଇକୁ ହରାଇଲା କେକେଆର୍

ମୁମ୍ବଇ : ଚଳିତ ଆଇପିଏଲ୍‌ର ପ୍ଲେଅଫ୍‌ରୁ ବାଦ୍‌ ପଡ଼ି ସାରିଥିବା ମୁମ୍ବଇ ଇଣ୍ଡିଆନ୍‌ସ ପୁଣି ଏକ ପରାଜୟ ଭୋଗିଛି। ସୋମବାର ଯଶପ୍ରୀତ ବୁମ୍‌ରା ୧୦ ରନ୍‌ଦେଇ ୫ଟି ୱିକେଟ ନେବା ସତ୍ତ୍ବେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ଠାରୁ ୫୨ ରନ୍‌ରେ ପରାସ୍ତ ହୋଇଛି ମୁମ୍ବଇ। ଭେଙ୍କଟେଶ ଆୟର ଓ ନୀତୀଶ ରାଣା ୪୩ ରନ୍‌ ଲେଖାଏଁ କରିଥଲେ ହେଁ ବୁମ୍‌ରା ୫ଟି ୱିକେଟ ନେବାରୁ କେକେଆର୍ ୯ ୱିକେଟରେ ୧୬୫ ରନ୍‌ କରି ପାରିଥିଲା। ପରେ ଈଶାନ୍ କିଷନ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ମୁମ୍ବଇ ୧୭.୩ ଓଭରରେ ୧୧୩ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ୧୨ଶ ମ୍ୟାଚ୍‌ରେ ୯ମ ପରାଜୟ ଭୋଗିଛି ମୁମ୍ବଇ। ଅନ୍ୟପକ୍ଷରେ ୧୧ଶ ମ୍ୟାଚ୍‌ରେ ୫ମ ବିଜୟ ପରେ ପ୍ଲେଅଫ୍‌ର କ୍ଷୀଣ ଆଶା ବଜାୟ ରଖିଛି କେକେଆର୍।
୧୬୬ ରନ୍‌ ଲକ୍ଷ୍ୟରେ ମୁମ୍ବଇ ଇଣ୍ଡିଆନ୍‌ସ ବ୍ୟାଟିଂ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ବିଫଳତାର ଧାରା ଜାରିରଖି ୨ ରନ୍‌କରି ବିଦାୟ ନେଇଥିଲେ। ପରେ ତିଳକ ବର୍ମା ୬ ରନ୍‌କରି ଆଉଟ୍‌ ହୋଇଥିଲେ। ଈଶାନ୍ କିଷନ୍‌ ଓ ରମଣଦୀପ ସିଂହ ୩୭ ରନ୍‌ ଯୋଡ଼ିଥିଲେ। ରମଣଦୀପ ସିଂହ ୧୨, ଟିମ୍ ଡେଭିଡ୍‌ ୧୩ ଓ କୈରନ୍ ପୋଲାର୍ଡ ୧୫ ରନ୍‌କରି ଆଉଟ୍‌ ହେବା ସହ ମୁମ୍ବଇକୁ ନିରାଶ କରିଥିଲେ। ଈଶାନ୍ କିଷନ୍ ୪୩ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୧ ରନ୍‌ କରିଥିଲେ। ପ୍ୟାଟ୍‌ କମିନ୍‌ସ ୩ଟି ଓ ଆ​‌େ​‌ନ୍ଦ୍ର ରସେଲ ୩ଟି ୱିକେଟ ନେଇଥିଲେ।
ଟସ୍ ଜିତି ମୁମ୍ବଇ ଇଣ୍ଡିଆନ୍‌ସ ଫିଲ୍‌ଡିଂ ନେବା ପରେ କଲକାତା ନାଇଟ୍‌ ରାଇଡର୍ସର ଭେଙ୍କଟେଶ ଆୟର ଚମତ୍କାର ବ୍ୟାଟିଂ କରିଥିଲେ। ବାମହାତି ଆୟର ୨୪ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୪୩ ରନ୍‌ କରିଥିଲେ। ଅଭିଜ୍ଞ ଅଜିଙ୍କ୍ୟ ରାହାଣେ ୧୧ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିଲେ ହେଁ ୨୪ ବଲ୍‌ରୁ ୩ଟି ଚୌକା ସହ ମାତ୍ର ୨୫ ରନ୍‌ କରି ପାରିଥିଲେ। ନୀତୀଶ ରାଣା ଗୋଟିଏ ପଟେ ଚମତ୍କାର ବ୍ୟାଟିଂ କରିଥିବା ବେଳେ ଅନ୍ୟ ପଟୁ ଅଧିନାୟକ ଶ୍ରେୟାସ ଆୟର ୬ ଓ ଆ​‌େ​‌ନ୍ଦ୍ର ରସେଲ ୯ ରନ୍‌କରି ବିଦାୟ ନେଇଥିଲେ। ନୀତୀଶ ରାଣା ୨୬ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୪୩ ରନ୍‌ କରି ଆଉଟ୍‌ ହୋଇଥିଲେ। କେକେଆର୍ ଇନିଂସରେ ୨ଟି ପର୍ଯ୍ୟାୟ ଦେଖିବାକୁ ମିଳିଥିଲା। ପ୍ରଥମ ୧୪ ଓଭର​‌େ​‌ର କେକେଆର୍ ୩ ୱିକେଟରେ ୧୩୬ ରନ୍‌ କରିଥିବା ବେଳେ ଏହା ୨ ଶହ ରନ୍ ଛୁଇଁବ ବୋଲି ଆଶା ଥିଲା। ହେଲେ ଯଶପ୍ରୀତ ବୁମ୍‌ରାଙ୍କ ଘାତକ ବୋଲିଂ ଯୋଗୁଁ କେକେଆର୍ ଶେଷ ୬ ଓଭରରୁ ମାତ୍ର ୨୯ ରନ୍‌କରି ୬ଟି ୱିକେଟ ହରାଇଥିଲା। ୧୫ଶ ଓଭରରେ ବୁମ୍‌ରା ୪ ରନ୍‌ ଦେଇ ୨ଟି ଏବଂ ୧୮ଶ ଓଭରରେ ମେଡେନ୍‌ ସହ ୩ଟି ୱିକେଟ ନେଇଥିଲେ। ଶେଷ ଓଭରରେ ବୁମ୍‌ରା ମାତ୍ର ୧ ରନ୍‌ ଦେଇଥିଲେ। ଆଇପିଏଲ୍‌ ଇତିହାସରେ ପ୍ରଥମଥର ମ୍ୟାଚ୍‌ରେ ୫ ୱିକେଟ ନେଇଥିବା ବୁମ୍‌ରା ୪ ଓଭରରୁ ମାତ୍ର ୧୦ ରନ୍‌ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories