www.samajalive.in
Sunday, December 14, 2025
19.1 C
Bhubaneswar

ଓଡ଼ିଶାରୁ ବୀରେନ୍ଦ୍ର, ଦୀପ୍‌ସାନ, ଅଭିଷେକ ଓ ନୀଲମ୍‌

ନୂଆଦିଲ୍ଲୀ : ପୁରୁଷ ଏସିଆ କପ୍‌ ହକିର ଏକାଦଶ ସଂସ୍କରଣ ଇଣ୍ଡୋନେସିଆର ଜାକର୍ତ୍ତାରେ ମେ’ ୨୩ରୁ ଜୁନ୍ ୧ ପର୍ଯ୍ୟନ୍ତ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ସୋମବାର ୨୦ ଜଣିଆ ଦଳ ଘୋଷଣା କରିଛି। ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟପଦକ ଜିତିଥିବା ଭାରତୀୟ ପୁରୁଷ ଦଳର ଦୁଇ ସଦସ୍ୟ ରୁପିନ୍ଦରପାଲ ସିଂହ ଓ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଅବସର ଘୋଷଣା କରିଥିଲେ ହେଁ ଉଭୟଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଡ୍ରାଗ୍‌ଫ୍ଲିକର ରୂପିନ୍ଦରପାଲ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ବୀରେନ୍ଦ୍ର ଦଳର ଉପଅଧିନାୟକ ରହିଛନ୍ତି। ଉପରୋକ୍ତ ୨ ଖେଳାଳିଙ୍କ ପରି ଆନ୍ତର୍ଜାତିକ ହକିରୁ ଅବସର ନେଇଥିବା ଫରୱାର୍ଡ ଏସ୍‌.ଭି. ସୁନୀଲଙ୍କୁ ମଧ୍ୟ ଦଳରେ ରଖାଯାଇଛି।
ବୀରେନ୍ଦ୍ର ଲାକ୍ରାଙ୍କ ସହ ଓଡ଼ିଶାରୁ ମୋଟ ୪ ଜଣ ଖେଳାଳି ଦଳରେ ଅଛନ୍ତି। ଅନ୍ୟ ୩ ଜଣ ହେଲେ ଡିଫେଣ୍ଡର ଦୀପ୍‌ସାନ ତିର୍କି, ଅଭିଷେକ ଲାକ୍ରା ଓ ନୀଲମ୍ ସଞ୍ଜୀପ ଖେସ୍‌। ପ୍ରଥମ ୩ ଜଣଙ୍କୁ ୧୮ ଜଣିଆ ଦଳରେ ସ୍ଥାନ ଦିଆ ଯାଇଥିବା ବେଳେ ନୀଲମ୍‌ଙ୍କୁ ବଦଳ ଖେଳାଳି ଭାବେ ରଖାଯାଇଛି। ଓଡ଼ିଆ ଖେଳାଳି ଅଭିଷେକଙ୍କ ପରି ଦଳରେ ଏପରି ୧୦ ଜଣ ଖେଳାଳି ଅଛନ୍ତି; ଅଦ୍ୟାବଧି ଯେଉଁମାନେ ବରିଷ୍ଠ ଭାରତୀୟ ଦଳ ପାଇଁ ଖେଳିନାହାନ୍ତି। ହେଲେ ସେମାନେ ବିଭିନ୍ନ ବୟସବର୍ଗରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ଅନ୍ୟପକ୍ଷରେ ମନପ୍ରୀତ ସିଂହ, ହରମନପ୍ରୀତ ସିଂହ, ପି.ଆର୍. ଶ୍ରୀଜେଶଙ୍କ ପରି ଦଳର ନିୟମିତ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଭବିଷ୍ୟତ ପାଇଁ ଭାରତୀୟ ହକି ଦଳ ଗଠନ ପାଇଁ ଏସିଆ କପ୍‌ରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ବୋଲି ଦଳର ପ୍ରଶିକ୍ଷକ ବି.ଜେ. କାରିଆପ୍ପା କହିଛନ୍ତି। ଏସିଆ କପ୍‌ରେ ମୋଟ ୮ଟି ଦଳ ଭାଗନେବେ। ପୁଲ୍‌ ‘ଏ’ରେ ଥିବା ଭାରତ ସହ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଜାପାନ ଓ ଆୟୋଜକ ଇଣ୍ଡୋନେସିଆ ରହିଛନ୍ତି। ପୁଲ୍‌ ‘ବି’ରେ ମାଲେସିଆ, ଦକ୍ଷିଣ ଆଫ୍ରିକା, ଓମାନ୍ ଓ ବାଂଲାଦେଶ ରହିଛନ୍ତି। ମେ’ ୨୩ରେ ପାକିସ୍ତାନ, ୨୪ରେ ଜାପାନ ଓ ୨୬ରେ ଇଣ୍ଡୋନେସିଆ ବିପକ୍ଷରେ ଭାରତ ଲିଗ୍‌ ମ୍ୟାଚ୍‌ ଖେଳିବ। ଉଭୟ ଗ୍ରୁପ୍‌ର ଚମ୍ପିଆନ୍ ଦଳ ଫାଇନାଲ ଖେଳିବେ ଏବଂ ୩ୟ ଓ ୪ର୍ଥ ସ୍ଥାନରେ ଥିବା ଦଳ କାଂସ୍ୟ ପଦକ ପାଇଁ ଖେଳିବେ।
ଭାରତୀୟ ହକି ଦଳ: (ଗୋଲ୍‌ରକ୍ଷକ) ପଙ୍କଜ କୁମାର ରଜକ ଓ ସୂରଜ କେର୍‌କେରା; (ରକ୍ଷଣଭାଗ) ରୂପିନ୍ଦରପାଲ ସିଂହ (ଅଧିନାୟକ), ଯଶଦୀପ ସିୱାଚ୍, ଅଭିଷେକ ଲାକ୍ରା, ବୀରେନ୍ଦ୍ର ଲାକ୍ରା (ଉପଅଧିନାୟକ), ମନଜିତ ସିଂହ ଓ ଦୀପ୍‌ସାନ ତିର୍କି; (ମଧ୍ୟଭାଗ) ବିଷ୍ଣୁକାନ୍ତ ସିଂହ, ରାଜକୁମାର ପାଲ, ଏମ୍. ଶକ୍ତିଭେଲ୍‌, ଶେଷେ ଗୌଡ଼ା, ସିମ୍ରନଜିତ ସିଂହ; (ଫରୱାର୍ଡ) ପୱନ ରାଭଭର, ଅଭରନ୍ ସୁଦେବ, ଏସ୍‌.ଭି. ସୁନୀଲ, ଉତ୍ତମ ସିଂହ ଓ ଏସ୍. କାର୍ତ୍ତୀ। ବଦଳ ଖେଳାଳି: ମନିନ୍ଦର ସିଂହ ଓ ନୀଲମ୍ ସଞ୍ଜୀପ ଖେସ୍। ଷ୍ଟାଣ୍ଡବାଇ: ପୱନ, ପ୍ରଦୀପ ସିଂହ, ଅଙ୍କିତ ପାଲ ଓ ଅଙ୍ଗଦ ବୀର ସିଂହ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories