www.samajalive.in
Monday, December 15, 2025
15.1 C
Bhubaneswar

ଶାଶୂ ଘର ସମ୍ମୁଖରେ ଦୁଇ ବୋହୂଙ୍କ ଧାରଣା

ବ୍ରହ୍ମପୁର : ନିର୍ଯାତନା ଦେଇ ଘରୁ ବାହାର କରି ଦିଆଯାଇଥିବା ଅଭିଯୋଗ ନେଇ ଦୁଇ ବୋହୂ ଆଜି ନିଜ ଶାଶୂ ଘର ସମ୍ମୁଖରେ ଧାରଣା ଦେଇଥିଲେ। ବଡବଜାର ଥାନା ଅନ୍ତର୍ଗତ ମାର୍ଥାପେଟା ସାହିରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ମହିଳା ଥାନା ପୁଲିସ ଉଭୟ ପକ୍ଷଙ୍କୁ ଡାକି ବୁଝାସୁଝା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଆଙ୍କୁଶପୁର ଅଞ୍ଚଳର ଦୁଇ ଭଉଣୀ ମାର୍ଥାପେଟା ସାହିର ଦୁଇ ଭାଇଙ୍କୁ ୫ ବର୍ଷ ତଳେ ବିବାହ କରିଥିଲେ। ହେଲେ ବିଭିନ୍ନ କାରଣକୁ ନେଇ ଶାଶୂ ଘର ଲୋକେ ଦୁଇ ଭଉଣୀଙ୍କୁ ନିର୍ଯାତନା ଦେଉଥିବା ସେମାନେ ପୂର୍ବରୁ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇ ଭଉଣୀଙ୍କ ସମେତ ସ୍ବାମୀ ଓ ଶାଶୂ ଘର ଲୋକଙ୍କୁ ଡାକି ଆପୋଷ ସମାଧାନ ପାଇଁ ଚେଷ୍ଟା କରିଥିଲା। ହେଲେ ଆଜି ପୁଣି ଥରେ ଦୁଇ ଭଉଣୀ ଓ ସେମାନଙ୍କ ଛୁଆଙ୍କୁ ଶାଶୁ ଘର ଲୋକେ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଦୁଇ ଭଉଣୀ ନିଜ ଛୁଆଙ୍କୁ ଧରି ଘର ସମ୍ମୁଖରେ ଧାରଣାରେ ବସିଥିଲେ। ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ନେଇ ବୁଝାସୁଝା କରିଥିଲା। ହେଲେ ପରେ ପୁଣି ଥରେ ଦୁଇ ଭଉଣୀ ଶାଶୂ ଘର ସମ୍ମୁଖରେ ଧାରଣା ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories