କୋହଲିଙ୍କୁ ଖେଳରତ୍ନ, ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ଓ  ଗାଭାସ୍କରଙ୍କୁ ଧ୍ୟାନଚାନ୍ଦ  ପୁରସ୍କାର ପାଇଁ ସୁପାରିଶ

0

ନୂଆଦିଲ୍ଲୀ : ଭାରତୀୟ କ୍ରୀଡା ଜଗତର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପାଇଁ  ଟିମ୍‌  ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନାମକୁ ବିସିସିଆଇ ସୁପାରିଶ କରିଛି। ସେହିପରି ୧୯ବର୍ଷରୁ କମ୍‌ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ  ଭାରତୀୟ କ୍ରିକେଟର ଲିଟିଲ ମାଷ୍ଟର  ସୁନୀଲ ଗାଭାସ୍କରଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ବିସିସିଆଇ ସୁପାରିଶ କରିଛି।

ସୂଚନାଯୋଗ୍ୟ ଯେ, ୨୦୧୬ରେ କୋହଲିଙ୍କ ନାଁ ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ସୁପାରିଶ କରାଯାଇଥିଲା। କିନ୍ତୁ ସେହି ବର୍ଷ ରିଓ ଅଲମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ତେଣୁ କୋହଲି  ବାଦ୍‌ ପଡିଥିଲେ। ତେବେ ଚଳିତ ବର୍ଷ ବିସିସିଆଇ ପୁଣି କୋହଲିଙ୍କ ନାମ  ସୁପାରିଶ କରିଛି।

prayash

ସେହିପରି ୧୯ବର୍ଷରୁ କମ୍‌ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ କରା ଯାଇଛି। ରାହୁଲଙ୍କ  ଦକ୍ଷ ପ୍ରଶିକ୍ଷଣ ଯୋଗୁଁ ଟିମ୍‌ ଇଣ୍ଡିଆ ୧୯ବର୍ଷରୁ କମ୍‌ ବିଶ୍ୱକପ୍ ଟାଇଟଲ ହାସଲ କରିବାକୁ ସକ୍ଷମ ହୋଇଥିଲା।  ରାହୁଲଙ୍କ  ଦକ୍ଷ ପ୍ରଶିକ୍ଷଣ  ଅନେକ ଜୁନିୟର ଖେଳାଳି ସିନିୟର ଦଳରେ ସ୍ଥାନ ପାଇଛନ୍ତି ।

ଅନ୍ୟ ପକ୍ଷରେ ଭାରତୀୟ କ୍ରୀଡା ଜଗତକୁ ଜୀବନ ବ୍ୟାପୀ ଅବଦାନ ପାଇଁ ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ତଥା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ବିସିସିଆଇ ପକ୍ଷରୁ ସୁପାରିଶ କରାଯାଇଛି ।

 

Leave A Reply