ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅପରାହ୍ଣରେ ଦୁଇ ଦିନିଆ ଚୀନ ଗସ୍ତରେ ଯାଇଛନ୍ତି । ଆସନ୍ତା କାଲି ଓ ଶନିବାର ଦିନ ଉହାନ ନଗରରେ ଚୀନ ରାଷ୍ଟ୍ରପତି ସିି. ଜିଙ୍ଗ୍‍ପିଙ୍ଗ୍‍ଙ୍କ ସହ ଅଣଆନୁଷ୍ଠାନିକ ଶିଖର ବୈଠକରେ ଯୋଗ ଦେବେ । ଦୁଇ ଦେଶର ସର୍ବୋଚ୍ଚ ନେତୃତ୍ୱସ୍ତରୀୟ ଆପୋଷ ଭାବ ବିନିମୟ ବୃଦ୍ଧି ଲକ୍ଷ୍ୟରେ ଉଭୟ ନେତା ସେହି ଶୀର୍ଷ ବୈଠକରେ ଦ୍ୱିପକ୍ଷୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।  ଶ୍ରୀ ମୋଦି ଓ ଶ୍ରୀ ଜିଙ୍ଗ୍‍ପିଙ୍ଗ୍‍ଙ୍କ ମଧ୍ୟରେ ଏହି ଅଣଆନୁଷ୍ଠାନିକ ଶୀର୍ଷ ବୈଠକ ଭାରତ-ଚୀନ୍‍ ସମ୍ପର୍କରେ ଏକ ଐତିହାସିକ ପଦେକ୍ଷେପ ହେବ ବୋଲି ଚୀନ ବୈଦେଶିକ ମନ୍ତ୍ରୀ ୟାଙ୍ଗ୍‍ ୟି କହିଛନ୍ତି  । ୨୦୧୪ ମସିହାରେ ଶ୍ରୀ ମୋଦି କ୍ଷମତାକୁ ଆସିବା ପରେ ଏହା ତାଙ୍କର ଚତୁର୍ଥ ଚୀନ୍‍ ଗସ୍ତ । ପୁର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡାଭୋଲ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଚୀନ ଗସ୍ତ କରି ଦୁଇଦେଶ ମଧ୍ୟରେ ସଂପର୍କକୁ ସୁଦୃଢ କରିବାନେଇ ବିଭିନ୍ନ ପର୍ଯ୍ୟୟରେ ଚୀନର ନେତୃବର୍ଗଙ୍କ ସହିତ ଆଲୋଚନା କରିଥିଲେ ।
ଶ୍ରୀ ମୋଦି ଆସନ୍ତା ଜୁନ୍‍ ମାସ ୯ ଓ ୧୦ ତାରିଖ ଦିନ କ୍ୱିଙ୍ଗ୍‍ଡାଓ ନଗରୀରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଘାଇ ସହଯୋଗ ସଙ୍ଗଠନ ଶୀର୍ଷ ବୈଠକରେ ଯୋଗ ଦେବାପାଇଁ ପୁଣି ଥରେ ଚୀନ୍‍ ଯିବେ ।

Leave A Reply