www.samajalive.in
Sunday, December 7, 2025
23.1 C
Bhubaneswar

କୀର୍ତ୍ତିଭାଇ ଅନନ୍ୟ କର୍ତ୍ତବ୍ୟନିଷ୍ଠ ଓ ସମର୍ପିତ ବ୍ୟକ୍ତିତ୍ବ

କଟକ : ଲୋକସେବକ ମଣ୍ଡଳର ଉପ-ସଭାପତି ତଥା ବିଶିଷ୍ଟ ସର୍ବୋଦୟ ନେତା କୀର୍ତ୍ତିଭାଇ ପାଣ୍ଡ୍ୟା ଜଣେ ଅନନ୍ୟ କର୍ତ୍ତବ୍ୟନିଷ୍ଠ ଓ ସମର୍ପିତ ବ୍ୟକ୍ତିତ୍ବ। ସମାଜସେବା କ୍ଷେତ୍ରରେ ସେ ଯେଉଁ ଉଲ୍ଳେଖନୀୟ କାର୍ଯ୍ୟ କରିଯାଇଛନ୍ତି, ତାହା ତାଙ୍କୁ ସ୍ମରଣୀୟ କରିରଖିବ ଏବଂ ଯୁବସମାଜ ପାଇଁ ପ୍ରେରଣାଦାୟକ ହେବ ବୋଲି ‘ସମାଜ’ ପକ୍ଷରୁ ଅନୁଷ୍ଠିତ ଶୋକସଭାରେ ମତପ୍ରକାଶ ପାଇଛି।
ଆଜି ସନ୍ଧ୍ୟାରେ ‘ସମାଜ’ କାର୍ଯ୍ୟାଳୟ ପରିସରରେ କୋଭିଡ ନିୟମ ପାଳନ ପୂର୍ବକ ସ୍ବର୍ଗତ କୀର୍ତ୍ତିଭାଇଙ୍କ ପରଲୋକରେ ଏକ ଶୋକସଭା ହୋଇଥିଲା। ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି କହିଥିଲେ ସମାଜସେବା କ୍ଷେତ୍ରରେ କୀର୍ତ୍ତିଭାଇଙ୍କ କର୍ତ୍ତବ୍ୟନିଷ୍ଠତା ନିଶ୍ଚିତ ଭାବେ ଅନୁକରଣୀୟ। ତାଙ୍କ ବ୍ୟକ୍ତିତ୍ବ ସମର୍ପିତ ବ୍ୟକ୍ତିତ୍ବ। ଗାନ୍ଧୀବାଦୀ ନେତା ଭାବେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି। ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି କହିଲେ ସ୍ବର୍ଗତ ପାଣ୍ଡ୍ୟା ସର୍ବୋଦୟ ଆନ୍ଦୋଳନରେ ଅଂଶଗ୍ରହଣ କରି କାରାବରଣ କରିଥିଲେ। ଭୂଦାନ ଆନ୍ଦୋଳନର ସେ ଜଣେ ପୁରୋଧା। ଦିଲ୍ଲୀରୁ ପୋରବନ୍ଦର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ତାଙ୍କର ତ୍ୟାଗ ଓ ତିତିକ୍ଷା ଯୁବପିଢ଼ିଙ୍କ ପାଇଁ ଅନୁକରଣୀୟ। ଜୀବନର ଶେଷ ପର୍ଯ୍ୟନ୍ତ ଲୋକସେବକ ମଣ୍ଡଳର ଭାବନଗର ଶାଖାର ସଭାପତି ଦାୟିତ୍ୱ ତୁଲାଉଥିଲେ। ସ୍ବର୍ଗତ ପାଣ୍ଡ୍ୟାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ‘ସମାଜ’ର ବହୁ ପରିଚାଳକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏକ ଶୋକବାର୍ତ୍ତାରେ ‘ସମାଜ’ର ପୂର୍ବତନ ମୁଖ୍ୟ ପ୍ରଶାସକ ଉମାଚରଣ ନାୟକ ଉଲ୍ଳେଖ କରିଛନ୍ତି ସ୍ବର୍ଗତ ପାଣ୍ଡ୍ୟାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଘନିଷ୍ଠ ଥିଲା। ଜଣେ ଭଲମଣିଷ ଓ ଭଲକାମକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତି ଭାବେ ସେ ସର୍ବଦା ମନେରହିବେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories