www.samajalive.in
Monday, December 15, 2025
15.1 C
Bhubaneswar

ମନ୍ତ୍ରୀଙ୍କ ବାସଭବନ ଘେରିଲେ କିନ୍ନର ସଂଗଠନ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କିନ୍ନର ଜନମଙ୍ଗଳ ବୋର୍ଡ ଗଠନ, ଚାକିରି, ଶିକ୍ଷା, ରାଜନୀତି କ୍ଷେତ୍ରରେ ୫% ପ୍ରତିଶତ ସଂରକ୍ଷଣ ଦାବିରେ କିନ୍ନର ମହାସଂଘ ଗୁରୁବାର ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବାସଭବନ ଘେରାଉ କରିଛନ୍ତି। ମହାସଂଘ ଅଧ୍ୟକ୍ଷ ମୀରା ପରିଡାଙ୍କ କହିବା ଅନୁସାରେ ଏହି ଆନ୍ଦୋଳନ ଓଡ଼ିଶାରେ ଆରମ୍ଭ ହୋଇଛି ସତ କିନ୍ତୁ ଅନ୍ୟ ରାଜ୍ୟ ମାନଙ୍କରେ ବ୍ୟାପିବାର ସମ୍ଭାବନା ରହିଛି। କିନ୍ନର ନିଜର ଅଧିକାର ପାଇଁ ଓଡ଼ିଶାରେ ଜାଗୃତ ହୋଇସାରିଛନ୍ତି। ଏହି ଆନ୍ଦୋଳନରେ ୩ହଜାର କିନ୍ନର ଯୋଗ ଦେଇଥିଲେ। କିନ୍ନର ସଂଗଠନର ଏହି ଆନ୍ଦୋଳନକୁ କଂଗ୍ରେସ ଓ ନବ ନିର୍ମାଣ କୃଷକ ସଂଗଠନ ସମର୍ଥନ ଜଣାଇଛନ୍ତି।
ଅନ୍ୟ ରାଜ୍ୟଙ୍କ ଭଳି ଓଡ଼ିଶାରେ ମଧ୍ୟ କିନ୍ନରଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଗତ ପାଞ୍ଚ ବର୍ଷ ତୁଳନାରେ କିନ୍ନରଙ୍କ ସଂଖ୍ୟା ଦୁଇ ଗୁଣା ବଢିଥିବା ଏକ ରପୋର୍ଟରୁ ଜଣାପଡିଛି। ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳ ମାନଙ୍କରୁ ମଧ୍ୟ କିନ୍ନର ଟିକେଟ ପାଇ ନିର୍ବାଚନ ଲଢୁଛନ୍ତି।
କିନ୍ନର ସଂଗଠନଙ୍କ କହିବା ଅନୁସାରେ ସରକାର କିନ୍ନର ମଙ୍ଗଳ ବୋର୍ଡ ଗଠନ କରିବା ଦରକାର। ମହାରାଷ୍ଟ୍ର ସରକାର ଏହି ମଙ୍ଗଳ ବୋର୍ଡ ଗଠନ କରିସାରିଛନ୍ତି। ପରଚୟ ପତ୍ର ପ୍ରଦାନ କରିଦେଲେ ହେବ ନାହିଁ, ଏହାସହ ମଙ୍ଗଳ ବୋର୍ଡ ଗଠନ କରିବା ଦରକାର ବୋଲି କିନ୍ନର ସଂଘ ଦାବି କରିଛି। କିନ୍ନର ମେଘନା ସାହୁଙ୍କ କହିବା ଅନୁସାରେ ସମାଜରେ କିନ୍ନରଙ୍କୁ ଶୁଭ ବୋଲି ମାନୁଥିବା ବେଳେ ଅନ୍ୟପଟେ କିନ୍ନରଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ଆନ୍ଦୋଳନ ପରେ କିନ୍ନରଙ୍କ ଏହି ଦାବିପତ୍ର ସରକାରୀ ପ୍ରତିନିଧିଙ୍କୁ ପ୍ରଦାନ କରାଯାଇଥିବା ମୀରା ପରିଡା କହିଛନ୍ତି। ଏହି ଆନ୍ଦୋଳନରେ କିନ୍ନର ସାଧନା ମିଶ୍ର, ନମିତା ପରିଡା, ମେଘନା ସାହୁ, ସ୍ୱିଟି, ମେନକା, ସୋନି ସିଲ, ତନୁଶ୍ରୀ ବେହେରା ରାକ୍ଷୀ ପ୍ରୟାଂଶି ଆଦି ରହିଥିଲେ।
ସୂଚନାଯୋଗ୍ୟ ଯେ କିନ୍ନର କଲ୍ୟାଣ ବୋର୍ଡ ଗଠନ କରିବାରେ ମହାରାଷ୍ଟ୍ର ପ୍ରଥମ ରାଜ୍ୟର ମାନ୍ୟତା ପାଇଛି। ଏହାର ଅନ୍ତର୍ଗତ ରାଜ୍ୟ ସରକାର ପାଞ୍ଚକୋଟି ଟଙ୍କା ପ୍ରାବଧାନ କରିଛନ୍ତି। ଏହା ଅନୁସାରେ କିନ୍ନର ମାନଙ୍କୁ ଶିକ୍ଷା, ରୋଜଗାର, ଗୃହ, ସ୍ୱାସ୍ଥ୍ୟ ଯୋଜନାର ଲାଭ ମିଳିବ। ସେମାନଙ୍କ ସାମ୍ବାଧାନିକ ଓ ମାନବାଧିକାରର ମଧ୍ୟ ରକ୍ଷା କରାଯାଇଛି। କିନ୍ନର କଲ୍ୟାଣ ବୋର୍ଡ ଅବଧାରଣା ରାଜ୍ୟ ସରକାରଙ୍କ ପାଖରେ ରହିଛି। ମିଳିଥିବା ସୂଚନା ଅନୁସାରେ ବହୁ ରାଜ୍ୟ ସରକାର ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଯାଇଛନ୍ତି। ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏହି ବୋର୍ଡ ଗଠନ କରିପାରିବେ। ସମାଜରେ କିନ୍ନର ମାନଙ୍କ ସ୍ଥିତିକୁ ମଜବୁତ କରିବା ପାଇଁ ଏହି ବୋର୍ଡ ଗଠନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories