www.samajalive.in
Monday, December 15, 2025
27.1 C
Bhubaneswar

ଅଶ୍ବିନ୍‌ଙ୍କ ସହ ସଂପର୍କ ଛିନ୍ନ କରିବ କିଙ୍ଗସ୍‌ ଏକାଦଶ ପଞ୍ଜାବ!

ଚଣ୍ଡିଗଡ଼  : ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଭାଗ୍ୟ ଭଲ ଥିବା ପରି ଲାଗୁ ନାହିଁ। ​‌େ​‌ୱଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ସେ ଚୂଡ଼ାନ୍ତ ଭାରତୀୟ ଏକାଦଶରେ ସ୍ଥାନ ପାଇନଥିଲେ। ଆଇପିଏଲ୍‌ରେ ଅଶ୍ବିନ୍‌ କିଙ୍ଗସ୍‌ ଏକାଦଶ ପଞ୍ଜାବ ତରଫରୁ ଖେଳୁଥିବା ବେଳେ ଏହି ଦଳ ତାଙ୍କ ସହ ସଂପର୍କ ଛିନ୍ନ କରିବାକୁ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏପରି ହେଲେ ଅଶ୍ବିନ୍‌ ଆଇପିଏଲ୍‌ ନିମନ୍ତେ ଆୟୋଜିତ ହେବାକୁ ଥିବା ଆଗାମୀ ଖେଳାଳି ନିଲାମରେ ସାମିଲ ହେବେ।

ଚଳିତ ବର୍ଷ ଆଇପିଏଲ୍‌ରେ ଅଶ୍ବିନ୍ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳର ନେତୃତ୍ବ ନେଇଥିଲେ। ଦଳ ଆଇପିଏଲ୍‌ର ୬ଷ୍ଠ ସ୍ଥାନରେ ରହିଥିଲା। ୨୦୧୮ ଖେଳାଳି ନିଲାମରେ ଅଶ୍ବିନ୍‌ଙ୍କୁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳ ୭.୬ କୋଟି ଟଙ୍କାରେ କିଣିଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଇପିଏଲ୍‌ର ଆସନ୍ତା ସିଜିନ୍‌ରେ କେଏଲ୍‌ ରାହୁଲ କିଙ୍ଗସ୍‌ ଏକାଦଶ ପଞ୍ଜାବର ନେତୃତ୍ବ ନେବା ସମ୍ଭାବନା ରହିଛି। ଆସନ୍ତ୍ା ସିଜିନ୍‌ ନିମନ୍ତେ ଦଳରେ ବ୍ୟାପକ ପରିବର୍ତ୍ତନ ପାଇଁ ଦଳୀୟ ମ୍ୟାନେଜମେଣ୍ଟ ଯୋଜନା କରିଛି। ତେବେ ଏ ସଂପର୍କରେ ସ୍ପଷ୍ଟ ଚିତ୍ର ଚଳିତ ସପ୍ତାହ ଶେଷ ଭାଗକୁ ମିଳିଯିବ। ଆସନ୍ତା ଆଇପିଏଲ୍‌ ଖେଳାଳି ନିଲାମରେ ଅଶ୍ବିନ୍‌ ସାମିଲ ହେଲେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ କିମ୍ବା ରାଜସ୍ଥାନ ରୟାଲ୍‌ସ ଦଳ କିଣିବାର ସମ୍ଭାବନା ଅଧିକ ରହିଛି। ଏ ସଂପର୍କରେ ଗଣମାଧ୍ୟମ ତରଫରୁ କିଙ୍ଗ୍‌ସ ଏକାଦଶ ପଞ୍ଜାବର କ୍ରିକେଟ୍ ପରିଚାଳନା ବିଭାଗ ମୁଖ୍ୟ ଅନନ୍ତ ସାରକାରିଆଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ଆଗାମୀ ସିିଜିନ୍‌ରେ ଅଶ୍ବିନ୍ କିଙ୍ଗ୍‌ସ ଏକାଦଶ ତରଫରୁ ଖେଳିପାରିବେ କି ନାହିଁ ତାହା ବର୍ତ୍ତମାନ ଠାରୁ କହି ହେବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories