www.samajalive.in
Sunday, December 14, 2025
19.1 C
Bhubaneswar

ନ୍ୟୁଜିଲାଣ୍ଡର ଇନିଂସ ବିଜୟ; ସିରିଜ୍ ୧-୧

କଲମ୍ବୋ : ବ୍ୟାଟ୍‌ସମ୍ୟାନଙ୍କ ଲଢ଼ୁଆ ପ୍ରଦର୍ଶନ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସୋମବାର ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ। ଏହି ମ୍ୟାଚ୍‌ର ଶେଷଆଡ଼କୁ ଆଲୋକ ଖରାପ ହେବାରେ ଲାଗିଥିବା ବେଳେ ମ୍ୟାଚ୍ ବଞ୍ଚାଇବାକୁ ଶ୍ରୀଲଙ୍କା ସମସ୍ତ ପ୍ରୟାସ କରିଥିଲା। ତେବେ ୩୦ଟି ବଲ୍‌ରେ ନ୍ୟୁଜିଲାଣ୍ଡର ବୋଲର ଶ୍ରୀଲଙ୍କାର ଶେଷ ୩ଟି ୱିକେଟ ନେଇ ଦଳକୁ ବିଜୟୀ କରିଥିଲେ। ପ୍ରଥମ ଇନିଂସରେ ୧୮୭ ରନ୍ ପଛରେ ରହିଥିବା ଶ୍ରୀଲଙ୍କା ୫ମ ଦିନରେ ତା’ର ୨ୟ ଇନିଂସରେ ୧୨୨ ରନ୍‌କରି ଅଲ୍ଆଉଟ୍‌ ହୋଇ ଯାଇଥିଲା। ଫଳରେ ଏହି ମ୍ୟାଚ୍‌କୁ ଇନିଂସ ଓ ୬୫ ରନ୍‌ରେ ନ୍ୟୁଜିଲାଣ୍ଡ ଜିତିନେଇଛି। ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଥିବା ନ୍ୟୁଜିଲାଣ୍ଡ ଏହି ବିଜୟ ସହ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ୧-୧ରେ ଅମୀମାଂସିତ ରହିଛି। ଏହି ବିଜୟରୁ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ୬୦ ପଏଣ୍ଟ ପାଇଛି। ଫଳରେ ଉଭୟ ଦଳ ୬୦ ପଏଣ୍ଟ ଲେଖାଏଁ ପାଇଛନ୍ତି।

୪ର୍ଥ ଦିନ ଶେଷରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୫ ୱିକେଟ ହରାଇ ୩୮୨ ରନ୍ କରିଥିଲା। ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ ୬ ୱିକେଟରେ ୪୩୧ ରନ୍‌କରି ୨ୟ ଇନିଂସ ଘୋଷଣା କରିଥିଲା। ସୋମବାର ଏକମାତ୍ର ବ୍ୟାଟ୍‌ସମ୍ୟାନ ଭାବେ କଲିନ୍ ଡି ଗ୍ରାଣ୍ଡହୋମ୍ ୭୭ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୮୩ ରନ୍‌କରି ଆଉଟ ହୋଇଥିଲେ। ତେବେ ଅପରାଜିତ ଥିବା ଅନ୍ୟ ବ୍ୟାଟ୍‌ସମ୍ୟାନ୍ ବି.ଜେ. ୱାଟ୍‌ଲିଙ୍ଗ୍‌ ଶତକ ପୂରଣ କରିଥିଲେ। ୱାଟ୍‌ଲିଙ୍ଗ୍ ୨୨୬ ବଲ୍‌ ଖେଳି ୯ଟି ଚୌକା ସହ ୧୦୫ ରନ୍‌ରେ ଅପରାଜିତ ଥିଲେ। ଟିମ୍ ସାଉଦି ଆକ୍ରମଣାତ୍ମକ ବ୍ୟାଟିଂକରି ମାତ୍ର ୧୦ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌କରି ଅପରାଜିତ ରହିଥିଲେ। ଦିଲ୍‌ରୁୱାନ ପରେରା ୩ଟି ଓ ଲାସିଥ୍‌ ଏମ୍ବୁଲ୍‌ଡେନିୟା ୨ଟି ୱିକେଟ ପାଇଥିଲେ। ପ୍ରଥମ ଇନିଂସରେ ୧୮୭ ରନ୍ ପଛରେ ଥିବା ଶ୍ରୀଲଙ୍କା ୨ୟ ଇନିଂସ ବିପର୍ଯ୍ୟୟ ସହ ଆରମ୍ଭ କରିଥିଲା। ମାତ୍ର ୩୨ ରନ୍‌ରେ ଶ୍ରୀଲଙ୍କା ୫ଟି ୱିକେଟ ହରାଇଥିଲା। ଦୁଇ ଓପ୍‌ନର ଲାହିରୁ ଥିରିମାନେ ଓ କୁଶଳ ପରେରା ଖାତା ଖୋଲି ପାରିନଥିଲେ। ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଆଞ୍ଜେଲୋ ମାଥ୍ୟୁସ୍ ୭ ଓ ଧନଞ୍ଜୟ ଡି ସିଲ୍‌ଭା ୧ ରନ୍‌କରି ବିଦାୟ ନେଇଥିଲେ। କୁଶଳ ମେଣ୍ଡିସ୍ ବେଶ୍ କିଛି ସମୟ କ୍ରିଜ୍‌ରେ ରହି ୨୦ ରନ୍ କରିଥିଲେ। ୬ଷ୍ଠ ୱିକେଟ ପାଇଁ ଅଧିନାୟକ ଦିମୁଥ୍ କରୁଣାରତ୍ନେ ଓ ନିରୋଶନ ଡିକ୍‌ୱେଲା ୪୧ ରନ୍ ଯୋଡ଼ିଥିଲେ। କରୁଣାରତ୍ନେ ୨୧ ରନ୍ କରିଥିଲେ। ପ​‌େ​‌ର ଦିଲରୁୱାନ ପରେରା ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ସୁରଙ୍ଗ ଲାକ୍‌ମଲ ଗୋଟିଏ ଛକା ଓ ୨ଟି ଚୌକା ସହ ୧୪ ରନ୍ କରିଥିଲେ। ତେବେ ଏକ ବେପରୁଆ ସଟ୍‌ ଖେଳି ନିରୋଶନ ଡିକ୍‌ୱେଲା ଆଉଟ ହେବା ଶ୍ରୀଲଙ୍କା ପାଇଁ ଘାତକ ହୋଇଥିଲା। ଡିକ୍‌ୱେଲା ୬ଟି ଚୌକା ସହ ୫୧ ରନ୍ କରିଥିଲେ। ଟ୍ରେଣ୍ଟ ବୋଲ୍‌ଟ, ଟିମ୍ ସାଉଦି, ଏଜାଜ୍ ପଟେଲ ଓ ୱିଲିୟମ୍‌ ସମରଭିଲେ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଟମ୍ ଲାଥାମ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories