କୋମଲିକା ତୀରନ୍ଦାଜୀ କ୍ୟାଡେଟ୍ ବିଶ୍ବ ଚମ୍ପିଆନ୍
ମାଦ୍ରିଦ୍ : ଭାରତୀୟ ତୀରନ୍ଦାଜ କୋମଲିକା ବାରି ରିକର୍ଭ କ୍ୟାଡେଟ୍ ବିଭାଗରେ ବିଶ୍ବ ଚମ୍ପିଆନ୍ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ବିଶ୍ବ ୟୁଥ୍ ତୀରନ୍ଦାଜୀ ଚମ୍ପିଆନ୍ସିପର ମହିଳା କ୍ୟାଡେଟ୍ର ରିକର୍ଭ ବିଭାଗ ଫାଇନାଲରେ କୋମଲିକା ଜାପାନର ସୋନୋଡା ୱାକାଙ୍କୁ ୭-୩ ଗେମ୍ରେ ପରାସ୍ତ କରି ଚମ୍ପିଆନ୍ ହୋଇଥିଲେ।
କୋମଲିକା ମୂଳରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ୪-୦ରେ ଆଗୁଆ ହେବାକୁ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ ଜାପାନ ତୀରନ୍ଦାଜ କିଛିଟା ସଂଘର୍ଷ କରିଥିଲେ ମଧ୍ୟ କୋମଲିକା ୭-୩ରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲେ। ସୂଚନାଥାଉକି ୨୦୦୯ରେ ଦୀପିକା କୁମାର ପ୍ରଥମ କ୍ୟାଡେଟ୍ ଖେଳାଳି ଭାବେ ରିକର୍ଭ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସ୍ବର୍ଣ୍ଣ ପଦକ ଜିତିଥିବାରୁ ସେ ବେଶ୍ ଖୁସି ଥିବା କୋମଲିକା କହିବା ସହ ବିଜୟର ଶ୍ରେୟ ନିଜ ପ୍ରଶିକ୍ଷକଙ୍କୁ ଦେଇଛନ୍ତି। ସୂଚନାଥାଉକି ଏହି ଚମ୍ପିଆନ୍ସିପରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ମିିଳିଛି। କୋମଲିକାଙ୍କ ବ୍ୟତୀତ ଭାରତୀୟ ଜୁନିୟର ମିକ୍ସଡ ପେୟାର ଦଳ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ କମ୍ପାଉଣ୍ଡ ଜୁନିୟର ପୁରୁଷ ଦଳ ବ୍ରୋଞ୍ଜ୍ ପଦକ ଜିିତିଛି।
Comments are closed.