ଗୌହାଟୀ : ଭୁଟାନ ରାଜା ଜିଗ୍ମେ ଖେଶର ନାମଗ୍ୟେଲ୍ ୱାଙ୍ଗ୍ଚୁକ୍ ୮ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଗୌହାଟୀଠାରେ ପହଞ୍ଚିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭୁଟାନ ରାଜାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ ଓ ମୁଖ୍ୟମନ୍ତ୍ରୀ ଆଜି ଭୂଟାନ ରାଜାଙ୍କୁ ସାକ୍ଷାତ କରିଛନ୍ତି।
ଭୂଟାନ ରାଜାଙ୍କ ସମ୍ମାନାର୍ଥେ ଆଜି ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆସନ୍ତାକାଲି ସେ ବିଶ୍ୱ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଅଭୟାରଣ୍ୟକୁ ପରିଦର୍ଶନ କରିବେ। ଆସାମ ସରକାର କାଜିରଙ୍ଗାଠାରେ ଭୂଟାନ ରାଜାଙ୍କ
ପାଇଁ ଆସନ୍ତାକାଲି ମଧ୍ୟ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବେ । ସେହି କାର୍ଯ୍ୟକ୍ରମରେ ଆସାମର ସାଂସ୍କୃତିକ ଐତିହ୍ୟର ପ୍ରଦର୍ଶନ ହେବ।



