www.samajalive.in
Monday, December 15, 2025
14.1 C
Bhubaneswar

ବୁଡ଼ିଲା ଡଙ୍ଗା: ଭାଉଜ ମୃତ, ନଣନ୍ଦ ଉଦ୍ଧାର

ଖଲ୍ଲିକୋଟ: ଡଙ୍ଗାବୁଡ଼ି ଭାଉଜଙ୍କ ମୃତ୍ୟୁ ହୋଇଥିବାବେଳେ ନଣନ୍ଦ ଉଦ୍ଧାର ହୋଇଛି। ଭାରସାମ୍ୟ ହରାଇ ଟାମ୍ପରା ହ୍ରଦରେ ଡଙ୍ଗାଟି ବୁଡ଼ି ଯାଇଥିଲା। ନଣନ୍ଦ ଓ ଭାଉଜ କାଠ ଆଣିବା ପାଇଁ ଯିବାବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି।

ଗଞ୍ଜାମ ଜିଲା ଛତ୍ରପୁର ନିକଟ ଟାମ୍ପରା ହ୍ରଦରେ ଏକ ଦେଶୀଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ଭାଉଜଙ୍କ ମୃତ୍ୟୁ ହୋଇଥିବାବେଳେ ନଣନ୍ଦଙ୍କୁ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ହୁମର ଗ୍ରାମର ପୁଷ୍ପା ବେହେରା (୩୪)। ତାଙ୍କ ନଣନ୍ଦ ବନି ବେହେରାଙ୍କୁ ଉଦ୍ଧାକାରୀ ଦଳ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

- Advertisement -

ଛତ୍ରପୁର ଥାନା ଅନ୍ତର୍ଗତ ହୁମର ଗ୍ରାମର ପୁଷ୍ପା ବେହେରା ନିଜର ନଣନ୍ଦ ବନି ବେହେରାଙ୍କ ସହ ଟାମ୍ପରା ହ୍ରଦ ଆର ପଟେ ଥିବା ବଣକୁ ଏକ ଡଙ୍ଗା ଯୋଗେ ଜାଲେଣି କାଠ ଆଣିବାକୁ ଯାଉଥିବା ବେଳେ ଡ଼ଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ଉଭୟ ଭାଉଜ ଓ ନଣନ୍ଦ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ନଣନ୍ଦ ବନି ବେହେରାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ଭାଉଜ ପୁଷ୍ପା ବେହେରାଙ୍କ ମୃତଦେହ ଟାମ୍ପରା ହ୍ରଦରୁ ଉଦ୍ଧାର ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories